The Ultimate Managed Hosting Platform
ADVERTISEMENT

ପ୍ଲାଷ୍ଟିକ ବ୍ୟାଗ ତିଆରି କାରଖାନାରେ ଭୟାବହ ଅଗ୍ନିକାଣ୍ଡ

Facebook
Twitter
LinkedIn

ନୋଏଡା : ଉତ୍ତର ପ୍ରଦେଶର ନୋଏଡାରେ ଭୟାବହ ଅଗ୍ନିକାଣ୍ଡ । ଏଠାରେ ପ୍ଲାଷ୍ଟିକ୍ ବ୍ୟାଗ୍ ତିଆରି ଏକ କାରଖାନାରେ ସୋମବାର ଭୀଷଣ ନିଆଁ ଲାଗିଛି । ନିଆଁର ପ୍ରକୋପ ଏତେ ଯେ ପୂରା ଅଞ୍ଚଳବାସୀ ଏହାକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି । ନୋଏଡାର ଫେଜ୍-୨ରେ ଏହି ଅଗ୍ନିକାଣ୍ଡ ଘଟିଛି । ଦେଖୁ ଦେଖୁ ନିଆଁ ପୂରା ବିଲ୍ଡିଂକୁ ବ୍ୟାପିଯାଇଥିଲା । ଘଟଣା ପରେ କାରଖାନାରେ କାମ କରୁଥିବା ଲୋକମାନେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ । ଏହାପରେ ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରେ ୨୦ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି । ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହେବାର ଖବର ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login