ଭୁବନେଶ୍ୱର : “ମୁଁ ତମକୁ ଜେନୁଇନଲି ଲଭ କରୁଛି । ଯେତେବେଳେ ମେସେଜ ଟା ଶୁଣିବ ମୁଁ ନ ଥିବି । ଜଷ୍ଟ ମେମୋରିଜ ତମ ପାଇଁ ଥିବ । ତମେ ଜାଣିଚ ମା, ବାପା ଲଭ ପାଇନି ସବୁଆଡୁ ଏମିତି ହେଇଛି । ମୁଁ ତମକୁ ଚିଟ କରିବା ଚକରରେ ନ ଥିଲି । ମୁଁ କେବଳ ପିସ ପାଇବାକୁ ହିଁ ତମ ସହିତ କଥା ହେଇ ଯାଉଥିଲି । ଠିକ ଅଛି ତମେ ପଳେଇଚ ନା । ମୁଁ ମରିଚି ବିକଜ କି ମୁଁ ଥଟ କରି ପାରୁନି କି ୟୁ ହେଟ ମି” ।
ନିଜ ମନ କଥାକୁ ରେକର୍ଡ କରି କହିଦେଲେ ଡିଜେ ଆଜେକ୍ସ । କାହିଁକ ସେ ଏ ଦୁନିଆ ଛାଡିଲେ ସବୁ କିଛି , ନିଜ ମୋବାଇଲରେ ରେକର୍ଡ କରିଦେଲେ । ପ୍ରେମରୁ ହାରି ନିଜ ଜୀବନକୁ ସେ ଜଳାଞ୍ଜଳୀ ଦେଇଦେଲେ । ପ୍ରତାରଣାରୁ ଚାଲିଗଲା ଡିଜେ ଆଜେକ୍ସଙ୍କ ଜୀବନ । ମୃତ୍ୟୁ ପୂର୍ବରୁ ନିଜର ସବୁ ଦୁଃଖକୁ ରେକର୍ଡ କରିଥିଲେ ଡିଜେ ଆଜେକ୍ସ । ଫୋନରେ ରେକର୍ଡ କରି ପଠାଇଥିଲେ ପ୍ରେମିକା ପାଖକୁ । କାହିଁକି ନିଜକୁ ଏତେ କଷ୍ଟରେ ରଖିଥିଲେ । ପ୍ରେମିକା ଘର ଆଗରେ ଛିଡା ହୋଇଥିଲେ ସବୁ କିଛି ଅଡିଓ ରେକର୍ଡ କରିବା ସହ ପ୍ରେମିକା ପାଖକୁ ମଧ୍ୟ ମେଲ କରି ପଠାଇଥିଲେ । ଏମିତି କିଛି ଘଟଣାର ରହସ୍ୟ ଗତକାଲି ପଦାକୁ ଆସିଥିଲା । ନିଜ ଫୋନରେ ଯାହା ସବୁ କିଛି ରେକର୍ଡ କରିଥିଲେ ସେ ,ସବୁ ଶୁଣିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ । ସେ ଯେପରି ନେହୁରା ହେଉଥିଲେ କି ତାଙ୍କ ପ୍ରେମିକା ତାଙ୍କ ପାଖକୁ ଫେରି ଆସନ୍ତୁ ବୋଲି । କିନ୍ତୁ ପ୍ରେମିକା ଜିଜ୍ଞାସା ତାଙ୍କ ବନ୍ଧୁ କହୁଥିବା ରଶ୍ମୀଙ୍କ ସହ ସମୟ ଅତିବାହିତ କରୁଥିଲେ । ଯାହାକୁ ସହଜରେ ସହି ପାରୁ ନ ଥିଲେ ଡିଜେ ଆଜେକ୍ସ । ମୃତ୍ୟୁ ପୂର୍ବରୁ ପ୍ରେମିକା ଜିଜ୍ଞାସା ଦେଇଥିବା କଳାସାର୍ଟ ପିନ୍ଧିଥିଲେ ଆଜେକ୍ସ । ଆଉ ତାଙ୍କ ଜୀବନ ଚାଲିଗଲା ପରେ ତାଙ୍କ ମୃତ ଦେହକୁ ଦେଖିବା ପାଇଁ ସେ ନେହୁରା ହୋଇଛନ୍ତି ।
ଆଜେକ୍ସ କହିଛନ୍ତି କି , “ସନ ସେଟ ହେବ ସନ ରାଇଜ ବି ହେବ କିନ୍ତୁ ଡିଜେ ଆଜେକ୍ସ ବା ଅକ୍ଷୟ ମହାରଣା କାହାକୁ ବି ମିଳିବନି । ଆଉ ଖଙ୍ଗୁସ ନାହିଁ ତମ ଲାଇଫ ରେ ଆଉ ନାହିଁ ତମ ଜୀବନରେ । ଝଳୁସ ଇଜ ଡେଡ୍ ମନେ ରଖିଥିବ । ମୁଁ ସବୁ ଜାଣିଗଲି , ଆଜି ମୋ ଲାଷ୍ଟ ଡେ । ତମେ ଯେତେବେଳେ ଲାଷ୍ଟ ଟାଇମ ମତେ କଲ କରିଥିଲ, ମୁଁ କିଛି କହୁଥିଲି କି ଜଷ୍ଟ ଚୁପଚାପ ଶୁଣିଥିଲି । କି ମୁଁ ମେଣ୍ଟାଲି ପ୍ରିପେୟାର ଥିଲି , ହଁ ଯାହା କହିବାର ଅଛି କହିଦିଅ । ଆଉ ୨-୩ ଘଣ୍ଟା ବା ୫ ଘଣ୍ଟା ପରେ ମୁଁ ନ ଥିବି । ଜମା କାନ୍ଦିବନି , ଯେମିତି କାନ୍ଦୁ ନ ଥିଲ । ଆଇ ଆମ ସରି ମୁଁ ବହୁତ ଖରାପ କଲି ତମ ସାଙ୍ଗରେ । କାରଣ ମୁଁ ଯଦି ରହିବି ମୁଁ ପୁଣି ତମ ପଛରେ ଆସିବି ଜିଜ୍ଞାସା ଲଭ ମି ଲଭ ମି ସୋ …ା ନା ରହେଗା ଏଜେକ୍ସ , ନା ରହେଗା ଇରିଟେସନ । ମୁଁ ସତ କହୁଛି ଲଭ ୟୁ ସୋ ମଚ । ମୁଁ ବାସ ଚାହୁଁଥିଲି କି ତମେ ମତେ ଖାଲି କୁହ ତମେ ମୋର । ଆଉ କିଛି ଚାହୁଁ ନ ଥିଲି । ସେତିକି ତମେ କଲନି । ହଁ ହେଲା ରଶ୍ମୀ ତମ ସହ ଅଛି , ମୁଁ ସାଇଡ ଅପସନ ।
ଏମିତି ଅନେକ କିଛି କହି ନିଜ ମନର ବ୍ୟଥାକୁ ଫୋନରେ ରେକର୍ଡ କରିଥିଲେ ଆଜେକ୍ସ । କାନ୍ଦି କାନ୍ଦି ନିଜ ପ୍ରେମିକା ଜିଜ୍ଞାସାକୁ ପଠାଇଥିଲେ ଅଡିଓ କ୍ଲିପ । ମେଲରେ ମଧ୍ୟ ମନର କଥା ଅନେକ କିଛି ଲେଖିଥିଲେ । ଆଜି ତ ଡିଜେ ଆଜେକ୍ସ ପ୍ରେମ ପାଇଁ ନିଜ ଜୀବନକୁ ବଳିଦାନ ଦେଇଛନ୍ତି କିନ୍ତୁ ଯେଉଁ ପ୍ରେମିକା ପାଇଁ ସେ ବଳିଦାନ ଦେଲେ ସେହି ପ୍ରେମିକା କଣ କଷ୍ଟ ବୁଝି ପାରିବ ।
ପ୍ରେମ ନେଇଗଲା ଡିଜେ ଆଜେକ୍ସଙ୍କ ଜୀବନ , ଏବେ ପ୍ରେମିକା କରିବ କଣ

Facebook
Twitter
LinkedIn
Facebook
Twitter
LinkedIn
Recent News
ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯
ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା
ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ
ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା
ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...