The Ultimate Managed Hosting Platform
ADVERTISEMENT

ପ୍ରିୟଙ୍କାଙ୍କ ବୋହୂ ହେବେ ଅବିବା

Facebook
Twitter
LinkedIn

ନୂଆଦିଲ୍ଲୀ : ନିର୍ବନ୍ଧ କଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ଶିଳ୍ପପତି ରବର୍ଟ ଭଦ୍ରାଙ୍କ ପୁଅ ରେହାନ ଭଦ୍ରା। ପରିବାର ଲୋକ ଓ କିଛି ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ରେହାନ ନିଜ ପ୍ରେମିକା ଅବିବା ବେଗଙ୍କ ସହ ନିର୍ବନ୍ଧ କରିଛନ୍ତି। କୁହାଯାଉଛି ଯେ, ରେହାନ, ଅବିବାଙ୍କ ସହ ୭ବର୍ଷ ହେଲା ପ୍ରେମ ସମ୍ପର୍କରେ ଥିଲେ। କିଛି ଦିନ ତଳେ ରେହାନ, ଅବିବାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେବା ପରେ ସେ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ। ପରେ ଉଭୟ ପରିବାର ରାଜି ହେବାରୁ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ଅବିବା ବେଗ ଦିଲ୍ଲୀର ବାସିନ୍ଦା ଏବଂ ତାଙ୍କ ପରିବାର ସହ ଭଦ୍ରା ପରିବାରର ସମ୍ପର୍କ ପୂର୍ବରୁ ବହୁତ ନିବିଡ଼ ଥିଲା। ଅବିବା ଦିଲ୍ଲୀର ପ୍ରତିଷ୍ଠିତ ମଡର୍ଣ୍ଣ ସ୍କୁଲରେ ତାଙ୍କର ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିଥିଲେ ଏବଂ ତା’ପରେ ଓପି ଜିନ୍ଦଲ ଗ୍ଲୋବାଲ ବିଶ୍ୱବିଦ୍ୟାଳୟରୁ Media Communication and Journalismରେ ଡିଗ୍ରୀ ହାସଲ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login