The Ultimate Managed Hosting Platform
ADVERTISEMENT

ପ୍ରାୟ ଶହେ ଲୋକ ମତଦାନରୁ ବଞ୍ଚିତ ହେଲେ ଗ୍ରାମବାସୀ , ଭୋଟର ଲିଷ୍ଟରେ ନାହିଁ ଗ୍ରାମବାସିଙ୍କ ନାମ

Facebook
Twitter
LinkedIn

ଜି.ଉଦୟଗିରି : ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ୍‌ର ମୁଣ୍ଡାନାଜୁ ଗ୍ରାମରେ । କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକର ପାବୁରିଆ ପଂଚାୟତର ମୁଣ୍ଡାନାଜୁ ଗ୍ରାମର କୌଣସି ଲୋକଙ୍କ ଭୋଟର ଲିଷ୍ଟରେ ନାଁ ନାହିଁ । ପ୍ରାୟ ଶହେ ଲୋକଙ୍କର ନାଁ ନଥିବାରୁ ଲୋକମାନେ ଭୋଟ୍ ଦେବାରୁ ବଂଚିତ ହୋଇଛନ୍ତି । ଏଣୁ ସମସ୍ତ ଲୋକ ଭୋଟ୍ କେନ୍ଦ୍ର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସକାଳୁ ଲୋକମାନେ ଭୋଟ୍ କେନ୍ଦ୍ର ଆଗରେ ଧାରଣା ଦେଇଛନ୍ତି । ଘଟଣାସ୍ଥଳରେ ଟିକାବାଲି ବିଡ଼ିଓ ପହଞ୍ଚି ଥିଲେ । କିନ୍ତୁ ଉତକ୍ଷିପ୍ତ ଲୋକମାନେ ତାଙ୍କୁ ଘେରି ଯାଇଥିଲେ । ତେବେ ଦୀର୍ଘ ବର୍ଷ ହେବ ଲୋକମାନେ ଭୋଟ୍ ଦେଉଥିଲେ, କିନ୍ତୁ କାହିଁକି ଓ କିଭଳି ଭୋଟ୍ ତାଲିକାରୁ ତାଙ୍କ ନାମ କଟିଲା ତାହା ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login