ଭୁବନେଶ୍ୱର : ପ୍ର ଯୋଜକ ପ୍ରିତମ ସାହୁଙ୍କ ନାଁରେ ଅଭିଯୋଗ ଆଣିଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି । ସୋସିଆଲ ମିଡିଆ ଗ୍ରୁପରେ ମୋ ସମ୍ମାନ ହାନି ହେଲା ଭଳି କଥା ଲେଖିଛନ୍ତି ପ୍ରିତମ । ଏ ନେଇ ସାମ୍ବାଦିକ ସମ୍ମଳନୀ କରି ଅଭିଯୋଗ କରିଛନ୍ତି । ଉଦେ୍ଦଶ୍ୟମୂଳକ ଭାବେ ମାେ ସମ୍ମାନ ଓ ପ୍ରତିଷ୍ଠା ହାନି କଲା ଭଳି ମନ୍ତବ୍ୟ ରଖିଛନ୍ତି ବୋଲି କହିଛନ୍ତି ବୁଦ୍ଧାଦିତ୍ୟ । ବୁଦ୍ଧାଦିତ୍ୟ କହିଛନ୍ତି କି , ଅତୀତରେ ସିନେମା ପ୍ରଥା ପାଇଁ ସନଲିସାଙ୍କ ସମର୍ଥନରେ ଭୁବନେଶ୍ୱରରେ ଧାରଣାରେ ବସିଥିଲି । ଏ ଘଟଣା ପରଠୁ ବୁଦ୍ଧାଦିତ୍ୟ ଏ ପ୍ରକାର ମନ୍ତବ୍ୟ ରଖି ଆସୁଛନ୍ତି । ସେହି ହ୍ୱାଟସଆପ ଗ୍ରୁପରେ ବହୁ ବରିଷ୍ଠ କଳାକାର ଥିବା ବେଳେ ଏହି ଘଟଣାକୁ ନେଇ କେହି ମୁହଁ ଖୋଲିଲେ ନାହିଁ । ଏହା ପରେ ବିଡାନାସୀ ଥାନାରେ ଲିଖିତ ଅଭିଯୋଗ କରିଥିବା କହିଲେ ବୁଦ୍ଧାଦିତ୍ୟ । ପ୍ରୀତମ ସୋସିଆଲ ମିଡିଆରେ ଭୁଲ ମାଗନ୍ତୁ ବୋଲି କହିଛନ୍ତି ବୁଦ୍ଧାଦିତ୍ୟ ।
Views: 133











