ନୂଆଦିଲ୍ଲୀ ; ଅପରେସନ ସିନ୍ଦୂରକୁ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦମ୍ଭୋକ୍ତି । ଆତଙ୍କବାଦୀଙ୍କୁ କଡା ଜବାବ ଦିଆଯାଇଛି । ପ୍ରଭୁ ହନୁମାନଙ୍କ ଅଶୋକ ବାଟିକା ନୀତି ଆପଣାଇଛୁ । ଯିଏ ଆମ ନୀରିହ ଲୋକଙ୍କୁ ମାରିଥିଲେ ସେମାନଙ୍କୁ ଟାର୍ଗେଟ । ଐତିହାସିକ ମୁହୂର୍ତ୍ତ ,ସାହସିକତା ସଠିକତାର ପ୍ରମାଣ । ଏହି କାର୍ୟ୍ୟାନୁଷ୍ଠାନରେ ଖୁସି ହୋଇ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ‘ଆମେ ପ୍ରଭୁ ହନୁମାନଙ୍କର ସେହି ଆଦର୍ଶକୁ ପାଳନ କରିଛୁ, ଯାହା ସେ ଅଶୋକ ବାଟିକା ଉଜାଡ଼ିବା ସମୟରେ କରିଥିଲେ ‘ଜିନ୍ ମୋହି ମାରା, ତିନ୍ ମୋହି ମାରେ ’ ଅର୍ଥାତ୍ ଆମେ କେବଳ ସେହିମାନଙ୍କୁ ମାରିଛୁ ଯେଉଁମାନେ ଆମ ନିରୀହ ଲୋକଙ୍କୁ ମାରିଛନ୍ତି । ରାଜନାଥ ସିଂ ରାମଚରିତମାନସର ଚୌପାଇକୁ ଆଧାର କରି ଭାରତର ଚିନ୍ତାଧାରାକୁ ସ୍ପଷ୍ଟ କରିଛନ୍ତି । ତେବେ ଆସନ୍ତୁ ବିସ୍ତୃତ ଭାବରେ ଜାଣିବା ସୁନ୍ଦରକାଣ୍ଡ ପଛର କାହାଣୀ । ଯେଉଁମାନେ ମୋତେ ମାରିଲେ, ମୁଁ ସେମାନଙ୍କୁ ମଧ୍ୟ ମାରିଲି । ତୁମ ପୁତ୍ର ମୋତେ ବାନ୍ଧିଲା କିନ୍ତୁ ମୁଁ ବନ୍ଧା ହେବାରେ ଲଜ୍ଜିତ ନୁହେଁ । ମୁଁ ତ କେବଳ ମୋ ପ୍ରଭୁଙ୍କ କାର୍ୟ୍ୟ କରୁଛି । ଏହା ପରେ ରାବଣର ସବୁଠାରୁ ପରାକ୍ରମୀ ପୁତ୍ର ମେଘନାଦ ହନୁମାନଙ୍କୁ ଧରିବା ପାଇଁ ଆସିଲେ ଏବଂ ବ୍ରହ୍ମାସ୍ତ୍ର ପ୍ରୟୋଗ କଲେ । ବରଦାନ ହେତୁ ବ୍ରହ୍ମାସ୍ତ୍ର ହନୁମାନଙ୍କର କୌଣସି କ୍ଷତି କରିପାରି ନଥାନ୍ତା, କିନ୍ତୁ ବ୍ରହ୍ମାଙ୍କ ଅସ୍ତ୍ର ହୋଇଥିବାରୁ ହନୁମାନ ସ୍ୱୟଂ ତାହାର ବନ୍ଧନରେ ବାନ୍ଧି ହୋଇଗଲେ । ଯେତେବେଳେ ହନୁମାନ ରାବଣଙ୍କ ଦରବାରରେ ପହଞ୍ଚିଲେ, ସେତେବେଳେ ଲଙ୍କାପତି ହନୁମାନଙ୍କୁ ପଚାରିଲେ ଯେ ତୁମେ ମୋ ପୁଅ ଅକ୍ଷୟ କୁମାର ଏବଂ ସୈନିକମାନଙ୍କୁ କାହିଁକି ମାରିଲ । ଏହା ଉପରେ ହନୁମାନ କହିଲେ, ‘ଜିନ୍ ମୋହି ମାରା ତେ ମୈ ମାରେ’ ଅର୍ଥାତ୍ ମୁଁ ସେହିମାନଙ୍କୁ ମାରିଛି, ଯେଉଁମାନେ ମୋତେ ମାରିଛନ୍ତି । ହନୁମାନ ରାବଣଙ୍କୁ କହିଲେ ଯେ ପ୍ରତ୍ୟେକ ବ୍ୟକ୍ତି ନିଜ ଶରୀରକୁ ବହୁତ ଭଲ ପାଆନ୍ତି । ଅସତ୍ ମାର୍ଗର ପଥୀକ ଲଙ୍କାପତିଙ୍କ ଅନୁଚର ମୋତେ ମାରିଲେ , ତେଣୁ ଯେଉଁମାନେ ମତେ ମାରିଲେ ମୁଁ ବି ସେମାନଙ୍କୁ ମାରିଲି । ଏଥିରେ ମୋର କୌଣସି ଅପରାଧ ନାହିଁ । ଏହା କେବଳ କ୍ରିୟାର ପ୍ରତିକ୍ରିୟା ମାତ୍ର ।
ପ୍ରଭୁ ହନୁମାନଙ୍କ ନୀତି ଆପଣାଇଛୁ-ରାଜନାଥ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











