The Ultimate Managed Hosting Platform
ADVERTISEMENT

ପ୍ରଭାସଙ୍କ ବିଗ ବଜେଟ୍ ଚଳଚ୍ଚିତ୍ର ଆସୁଛି ସାଲାର।

Facebook
Twitter
LinkedIn

ମୁମ୍ଵାଇ ୧୭।୧୦:ଭାରତୀୟ ସିନେମାର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ସଲାର ଅନ୍ୟତମ । ଦର୍ଶକମାନେ ଫିଲ୍ମ ବିଷୟରେ ଅଧିକରୁ ଅଧିକ ଜାଣିବାକୁ ଚାହାଁନ୍ତି । ଏଭଳି ପରିସ୍ଥିତିରେ ନିର୍ମାତାମାନେ ତାଙ୍କ ଜନ୍ମଦିନରେ ପ୍ରୀତିରାଜଙ୍କ ଲୁକ୍ ପ୍ରକାଶ କରି ପ୍ରଶଂସକମାନଙ୍କୁ ଉପହାର ଦେଇଛନ୍ତି। ଏହି ଫାଷ୍ଟ ଲୁକ୍‌ ପୋଷ୍ଟର ରବିବାର ଅର୍ଥାତ୍‌ ଗତକାଲି ରିଲଜ୍‌ ହୋଇଛି। ପୋଷ୍ଟର ରିଲିଜ୍ କରିବାର ଏକ ବିଶେଷ କାରଣ ହେଲା ଅଭିନେତା ପ୍ରୀତିରାଜ ସୁକୁମାରନଙ୍କ ଜନ୍ମଦିନ। ସୋସିଆଲ ମିଡିଆରେ ପ୍ରଶଂସକ ଏବଂ ସେଲିବ୍ରେଟମାନେ ତାଙ୍କୁ ଉଭୟ ଜିନିଷ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏହି ପୋଷ୍ଟ ଏବେ ସୋସିଆଲ୍‌ ମିଡିଆରେ ଧମାଲ କରିଛି ।

ତେବେ ନିକଟରେ ରିଲିଜ୍‌ ପୋଷ୍ଟରକୁ ଦେଖି ପ୍ରଭାସଙ୍କ ଅଭିନୀତ ସଲାରଙ୍କ ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ପ୍ରୀତିରାଜ ସୁକୁମାରନଙ୍କ ଲୁକ ଦେଖିବା ପରେ ପ୍ରଶଂସକମାନେ ପ୍ରଭାସ୍‌ଙ୍କୁ ଦେଖିବାକୁ ଆଗ୍ରହ ଅଛନ୍ତି। ଏଥିରେ ତାଙ୍କ ଚେହେରା ବହୁତ ଶକ୍ତିଶାଳୀ ଦେଖାଯାଉଛି । ପୋଷ୍ଟରଟି କଳାଧଳା କଲରେ ଦେଖିବାକୁ ମିଳିଛ। ବେକରେ ମୋଟା ଅଳଙ୍କାର ପିନ୍ଧିଛନ୍ତି । କହିବାକୁ ଗଲେ ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ଡବଲ୍ ଭୂମିକାରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ଶ୍ରୁତି ହାସନ ପ୍ରଭାସଙ୍କ ଗର୍ଲଫ୍ରେଣ୍ଡ ଭୂମିକାରେ ନଜର ଆସିବେ।

ଏହି ଚଳଚ୍ଚିତ୍ରଟି ସମଗ୍ର ଭାରତରେ ୫ଟି ଭାଷାରେ ମୁକ୍ତିଲାଭ କରୁଛି । ଚଳଚ୍ଚିତ୍ର ସଲାର ଏକ ଆକ୍ସନ୍-ଥ୍ରୀଲର ଚଳଚ୍ଚିତ୍ର ହେବ। ଏହି ଚଳଚ୍ଚିତ୍ରରେ ଜଗପତି ବାବୁ, ଏସୱାରୀ ରାଓ, ଶ୍ରୀୟା ରେଡ୍ଡୀ ଏବଂ ଅନ୍ୟାନ୍ୟ ଭୂମିକାରେ ବହୁମୁଖୀ ଅଭିନେତା ପ୍ରୀତିରାଜ ସୁକୁମାରନ୍ ମଧ୍ୟ ଅଭିନୟ କରିଛନ୍ତି। ସଲାର ହେଉଛି ଭାରତର ଦୁଇଟି ବୃହତ ଫ୍ରାଞ୍ଚାଇଜ୍ ବାହୁବଲୀ ଏବଂ କେଜିଏଫ୍ ର ଏକ ମିଶ୍ରଣ। କାରଣ ଏହା ପ୍ରଥମ ଥର ପାଇଁ ହୋମ୍ବଲେ ଫିଲ୍ମସ୍, କେଜିଏଫ୍ ନିର୍ମାତା, ଟେକ୍ନିସିଆନ୍ ଏବଂ ବାହୁବଲୀର ହିରୋମାନେ ଏକାଠି ହୋଇ ଭାରତର ସେବା କରିବେ । କୁହାଯାଉଛି ୨୦୨୩ରେ ସବୁ ଫିଲ୍ମକୁ ମାତ୍‌ ଦେବା ସହ ଏହା ବ୍ଲକବଷ୍ଟର ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

Login