The Ultimate Managed Hosting Platform
ADVERTISEMENT

ପ୍ରବାସୀ ଭାତରୀୟ ଦିବସ ପାଇଁ ଭୁବନେଶ୍ୱରରେ ଟ୍ରାଫିକ କଟକଣା, ଏହି ରାସ୍ତାରେ ଯାତାୟତ ମନା

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱର ଜନତା ମୈଦାନରେ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି । ପ୍ରଥମ ଥର ପାଇଁ ଓଡିଶାରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ବିଶାଳ ଓ ଭବ୍ୟ କରିବାକୁ ଜୋରଦାର ଆୟୋଜନ କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଓଡ଼ିଆ ସଂସ୍କୃତିି ଅନୁଯାୟୀ ପ୍ରବାସୀଙ୍କୁ ସ୍ବାଗତ କରାଯିବ । ପର୍ୟ୍ୟଟନ, ବାଣିଜ୍ୟ, ଶିଳ୍ପ ପାଇଁ ବିଭିନ୍ନ ସେସନ୍ ରହିବ । ଏପର୍ୟ୍ୟନ୍ତ ସାଢ଼େ ୩ ହଜାର ପ୍ରବାସୀ ପଞ୍ଜିକରଣ କରି ସାରିଲେଣି । ଏଥିପାଇଁ ଜନତା ମୈଦାନରେ ଛିଡ଼ା ହୋଇଛି ବଡ଼ବଡ଼ ହ୍ୟାଙ୍ଗର । ଆସନ୍ତା ୦୮ ରୁ ୧୦ ପର୍ୟ୍ୟନ୍ତ ଏୟାରପୋର୍ଟରୁ ହସ୍ପିଟାଲ୍ ଛକ, ଏ.ଜି. ଛକ-ରାଜଭବନ ଛକ, ପାୱାର ହାଉସ ଛକ- ୧୨୦ ବି.ଏନ୍. ଛକ, ଶାସ୍ତ୍ରୀ ନଗର ଛକ–ବେହେରା ସାହି ଛକ–ଜୟଦେବ ବିହାର ଛକ–ଜାଭିୟର ଛକ, ନାଲକୋ ଛକ ପର୍ୟ୍ୟନ୍ତ କଟକଣା ଜାରି ରହିଛି ।
ଜାନୁଆରୀ ୮ ରେ ସନ୍ଧ୍ୟା ୭.୫୦ ମିନିଟ୍ ରୁ ସନ୍ଧ୍ୟା ୮.୨୦ ମିନିଟ୍ ପର୍ୟ୍ୟନ୍ତ ଏୟାରପୋର୍ଟ ଛକ – କ୍ୟାପିଟାଲ ହସ୍ପିଟାଲ୍ ଛକ -ଏ.ଜି. ଛକ -ବାମ ମୋଡ଼–ରାଜଭବନ ପର୍ୟ୍ୟନ୍ତ କଟକଣା ରହିବ ।
ଜାନୁଆରୀ ୯ରେ ସକାଳ ସକାଳ ୯.୩୦ମିନିଟ୍ ରୁ ସକାଳ ୧୦ ଘଟିକା ପର୍ୟ୍ୟନ୍ତ ରାଜଭବନ ଛକ-ପାୱାର ହାଉସ ଛକ-୧୨୦ ବାଟାଲିୟନ ଛକ-ଶାସ୍ତ୍ରୀ ନଗର ଛକ–ବେହେରା ସାହି ଛକ– ଜୟଦେବ ବିହାର ଛକ–ଜାଭିୟର ଛକରୁ ନାଲକୋ ଛକ ପର୍ୟ୍ୟନ୍ତ କଟକଣା ରହିବ ।
ସେହିପରି ନାଲକୋ ଛକ-ଜାଭିୟର ଛକ–ଜୟଦେବ ବିହାର ଛକ ବେହେରା ସାହି ଛକ-ଶାସ୍ତ୍ରୀ ନଗର ଛକ– ୧୨୦ ବାଟାଲିୟନ ଛକ-ପାୱାର ହାଉସ ଛକ-ରାଜଭବନ ଛକ-ବାମ ମୋଡ଼–ଏ.ଜି. ଛକ–ଡାହାଣ ମୋଡ଼– ହସ୍ପିଟାଲ୍ ଛକ-ଏୟାରପୋର୍ଟ ଛକରେ କଟକଣା ରହିବ ।
ଅପରାହ୍ନ ୪.୨୦ ମିନିଟ୍ ରୁ ଅପରାହ୍ନ ୪.୫୦ ମିନିଟ୍ ପର୍ୟ୍ୟନ୍ତ ଏୟାରପୋର୍ଟ ଛକ-ହସ୍ପିଟାଲ୍ ଛକ-ଏ.ଜି. ଛକ-ବାମ ମୋଡ଼–ରାଜଭବନ ଛକ ପର୍ୟନ୍ତ କଟକଣା ରହିବ ।
ସକାଳ ୧୧.୨୦ ମିନିଟରୁ ସକାଳ ୧୧.୫୦ ମିନିଟ ପର୍ୟ୍ୟନ୍ତ ରାଜଭବନ ଛକ – ପାୱାର ହାଉସ ଛକ – ୧୨୦ ବାଟାଲିୟନ ଛକ – ଶାସ୍ତ୍ରୀ ନଗର ଛକ – ବେହେରା ସାହି ଛକ – ଜୟଦେବ ବିହାର ଛକ – ଜାଭିୟର ଛକ ନାଲକୋ ଛକ ପର୍ୟନ୍ତ କଟକଣା ରହିବ ।
ଅପରାହ୍ନ ୪.୫୦ ମିନିଟରୁ ସନ୍ଧ୍ୟା ୫.୨୫ ମିନିଟ୍ ପର୍ୟ୍ୟନ୍ତ ନାଲକୋ ଛକ – ଜାଭିୟର ଛକ – ଜୟଦେବ ବିହାର ଛକ ବେହେରା ସାହି ଛକ – ଶାସ୍ତ୍ରୀ ନଗର ଛକ – ୧୨୦ ବାଟାଲିୟନ ଛକ – ପାୱାର ହାଉସ ଛକ – ରାଜଭବନ ଛକ – ବାମ ମୋଡ଼ – ଏ.ଜି. ଛକ – ଡାହାଣ ମୋଡ଼ – ହସ୍ପିଟାଲ୍ ଛକ-ଏୟାରପୋର୍ଟ ଛକରେ କଟକଣା ରହିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୀପାବଳି ଉପହାର ; ମହିଳାଙ୍କୁ ମାଗଣାରେ ମିଳିବ ଗ୍ୟାସ ସିଲିଣ୍ଡର

ଦୀପାବଳି ଉପହାର ; ମହିଳାଙ୍କୁ ମାଗଣାରେ ମିଳିବ ଗ୍ୟାସ ସିଲିଣ୍ଡର

ୟୁପି : ମହିଳା ଓ ଯୁବତୀଙ୍କୁ ମାଗଣାରେ ଗ୍ୟାସ୍ ସିଲିଣ୍ଡର ଯୋଗାଇବେ । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଲୋକଭବନରେ ଆୟୋଜିତ...

ମାଓବାଦୀ ନାଁରେ ବାପାକୁ ଧମକପୂର୍ଣ୍ଣ ଚିଠି, ୩୫ ଲକ୍ଷ ଦିଅ ନହେଲେ ପୁରା ପରିବାକୁ ଜୀବନରୁ ମାରିଦେବୁ

ମାଓବାଦୀ ନାଁରେ ବାପାକୁ ଧମକପୂର୍ଣ୍ଣ ଚିଠି, ୩୫ ଲକ୍ଷ ଦିଅ ନହେଲେ ପୁରା ପରିବାକୁ ଜୀବନରୁ ମାରିଦେବୁ

ଭବାନୀପାଟଣା : ମାଓବାଦୀ ନାଁରେ ବାପାକୁ ପୁଅର ଧମକପୂର୍ଣ୍ଣ ଚିଠି । ଟଙ୍କା ଅସୁଲ ପାଇଁ ଠିକାଦାର ବାପାଙ୍କୁ ପୁଅର ଧମକପୂର୍ଣ୍ଣ ଚିଠି । ରୁପ୍ରାରୋଡର ଜଣେ...

ADVERTISEMENT
କଂଗ୍ରେସ ଭବନ ବାହାରେ ହାଇଡ୍ରାମା ; ସାମିଲ ପାଇଁ ଆସି ଅନନ୍ତ ନାରାୟଣ ଓରଫ ନାଣ୍ଡୁ ଧଳ ହଟହଟ୍ଟା

କଂଗ୍ରେସ ଭବନ ବାହାରେ ହାଇଡ୍ରାମା ; ସାମିଲ ପାଇଁ ଆସି ଅନନ୍ତ ନାରାୟଣ ଓରଫ ନାଣ୍ଡୁ ଧଳ ହଟହଟ୍ଟା

ଭୁବନେଶ୍ୱର : ଭୁବନେଶ୍ୱର କଂଗ୍ରେସ ଭବନ ବାହାରେ ହାଇଡ୍ରାମା । ସାମିଲ ପାଇଁ ଆସି ଅନନ୍ତ ନାରାୟଣ ଓରଫ ନାଣ୍ଡୁ ଧଳ ହଟହଟ୍ଟା । ତୁଳସୀ ଗଣନାଟ୍ୟ...

Login