ଭୁବନେଶ୍ୱର : ପ୍ରବଳ ବର୍ଷାରେ ଭିଜୁଛି ଟ୍ୱିନ ସିଟି । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା । ରାଜଧାନୀରେ ସକାଳୁ ସକାଳୁ ବର୍ଷା । ଅନ୍ଧାର ଘୋଟି ବର୍ଷା ସାଙ୍ଗକୁ ପବନ ହୋଇଛି । ଗତକାଲି ରାତିରେ ମଧ୍ୟ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ । ପଶ୍ଚିମା ଝଡ଼ ପ୍ରଭାବରେ ଢେଙ୍କାନାଳ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସହ କୁଆପଥର ମାଡ଼ ହୋଇଛି । ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ହୋଇଛି । ବର୍ଷା ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ ।
ପ୍ରବଳ ବର୍ଷା ପାଇଁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, କଟକ ଓ ଢେଙ୍କାନାଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏସବୁ ଜିଲ୍ଲାରେ ୭ ସେଣ୍ଟିମିଟରୁ ୧୧ ସେଣ୍ଟିମିଟର ବର୍ଷା ସମ୍ଭାବନା ରହିଛି । ସେହିପରି ଆଜି ପାଇଁ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୫ ତାରିଖ ସକାଳ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଆସନ୍ତାକାଲି ପୁଣି ଏକ ପଶ୍ଚିମା ଝଡ଼ ସମ୍ଭାବନା ରହିଛି ।
ପ୍ରବଳ ବର୍ଷାରେ ଭିଜୁଛି ଟ୍ୱିନ ସିଟି

Facebook
Twitter
LinkedIn
Facebook
Twitter
LinkedIn
Recent News
ବଳଙ୍ଗା ପୀଡିତାଙ୍କ ଶେଷକୃତ୍ୟ ସଂପନ୍ନ
ବଳଙ୍ଗା : ବଳଙ୍ଗା ପୀଡିତାଙ୍କ ସଂପନ୍ନ ହେଲା ଶେଷକୃତ୍ୟ । ସମସ୍ତ ରୀତିନୀତିରେ ଅନ୍ତିମ ସଂସ୍କାର ସଂପନ୍ନ । ବାୟାବର କବର ସ୍ଥାନରେ ଦିଆଗଲା କବର ।...
ପୁଣି ରେଲୱେ ଟ୍ରାକରେ IED ବିସ୍ଫୋରଣ
କୋଇଡା : ଓଡିଶା ଝାଡଖଣ୍ଡ ସୀମାରେ ପୁଣି ଆଇଇଡି ବିସ୍ଫୋରଣ । ଝାଡଖଣ୍ଡ କରମପଦା ରେଲୱେ ଷ୍ଟେସନ ନିକଟରେ ବିସ୍ଫୋରଣ । ଓଡିଶାର କେ , ବଲାଙ୍ଗ...
ମେଳାରେ ଅଗ୍ନିକାଣ୍ଡ : ୩୦ ଦୋକାନ ପାଉଁଶ
ରାଉରକେଲା : ଝିରପାଣି ଗାଁ ମେଳାରେ ଅଗ୍ନିକାଣ୍ଡ । ଜଳିଗଲା ୩୦ ଦୋକାନ । ଭୋର ସମୟରେ ଲାଗିଥିଲା ନିଆଁ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ...
୫୦ ଲକ୍ଷର ସୁନାଗହଣା ପୋଛିନେଲେ !
ସୋର : ଦହିଷଡା ଗାଁରେ ବ୍ୟବସାୟୀଙ୍କ ଘରୁ ବଡ ଧରଣର ଲୁଟ । ଘରର ପଛ କବାଟ ଭାଙ୍ଗି ବନ୍ଧୁକ, ଭୁଜାଲି ଦେଖାଇ ଲୁଟିଲେ ଦୁର୍ବୁତ୍ତ ।...