ଚେନ୍ନାଇ : ବାତ୍ୟା ମିଗଜୋମ ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା । ପ୍ରବଳ ବର୍ଷା ଯୋଗୁଁ ପାଣଇ ଜମିବାରୁ ଜନଜୀବନ ଅସ୍ତବ୍ୟସ୍ତ । ସମସ୍ତ ଶିକ୍ଷା ଅନୁଷ୍ଠାନ , ବ୍ୟାଙ୍କ , ସରକାରୀ ଅଫିସ ବନ୍ଦ ଘୋଷଣା । ବାତ୍ୟାକୁ ପ୍ରଭାବ ଯୋଗୁଁ ବିଜଳି କାଟ ହୋଇଥିବାବେଳେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚାରିଆଡ଼େ ପାଣି ଭରି ରହିଥିବାବେଳେ କାର ଗୁଡ଼ିକ ରାସ୍ତାରେ ଭାସୁଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ଚେନ୍ନାଇ ଉପକୂଳରୁ ବାତ୍ୟା ମିଗଜୋମ ୧୧୦ କିଲୋମିଟର ପୂର୍ବ ଉତ୍ତରପୂର୍ବ ଅଂଚଳରେ ରହିଛି । ଏହା ଘଣ୍ଟାକୁ ୧୦ କିଲୋମିଟର ବେଗରେ ଅତିକ୍ରମ କରୁଛି । ଅପରାହ୍ନ ସୁଦ୍ଧା ବାତ୍ୟା ସମାନ୍ତରାଳ ଭାବେ ଚେନ୍ନାଇ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ତାମିଲନାଡୁ ଉପକୂଳରେ ପ୍ରବଳ ବର୍ଷା ଲାଗି ରହିଛି ।ପ୍ରବଳ ବେଗରେ ପବନ ବହିବାରୁ ଅନେକ ଗଛ ଭାଂଗି ପଡିଛି । ରାସ୍ତାରେ ଗଛ ପଡ଼ି ଯାତାୟତ ପ୍ରଭାବିତ ହୋଇଛି । ଚେନ୍ନାଇ ସହର ଜଳମଗ୍ନ ହୋଇପଡିଛି । ସହରରେ ପାଣି ଜମି ରହିଥିବାରୁ ଅନେକ ଗାଡି ବୁଡିଯାଇଛି । ରାସ୍ତାରେ ପାଣିରେ କାର ଭାସିଯାଉଛି । ପ୍ରବଳ ବର୍ଷାରୁ ତଳିଆ ଅଂଚଳ ଜଳମଗ୍ନ ହୋଇପଡିଛି। ବାତ୍ୟା ପ୍ରଭାବରେ ଚେନ୍ନାଇରେ ବିଦ୍ୟୁତ ଓ ଇଣ୍ଟରନେଟ ବ୍ୟବସ୍ଥା ପ୍ରଭାବିତ ହୋଇଛି । ଆଜି ସକାଳୁ ଚେନ୍ନାଇରେ ପ୍ରବଳ ବର୍ଷା ହେଉଛି । ବର୍ଷା ଯୋଗୁଁ ଚେନ୍ନାଇରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।
ପ୍ରବଳ ବର୍ଷାରେ ବେହାଲ ଚେନ୍ନାଇ , ଶିକ୍ଷା ଅନୁଷ୍ଠାନ , ବ୍ୟାଙ୍କ ବନ୍ଦ ଘୋଷଣା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











