The Ultimate Managed Hosting Platform
ADVERTISEMENT

ପ୍ରଫୁଲ୍ଲ ସାମଲଙ୍କୁ ଇଡି ସମନ

Facebook
Twitter
LinkedIn

ଭୁବନେଶ୍ୱର : ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ସମନ କଲା ଇଡି । ବରପଦା ଇଂଜିନିୟରିଂ କଲେଜ ଜମି ମାମଲାରେ ସମନ । ପ୍ରଫୁଲ୍ଲଙ୍କ ସହ ପୁଅ ପ୍ରୟାସକାନ୍ତିଙ୍କ ମଧ୍ୟ ସମନ କଲା ଇଡି । ଡକ୍ୟୁମେଣ୍ଟ ସହ ହାଜର ହେବାକୁ ସମନ କଲା ଇଡି । ବିଧାୟକ ପ୍ରଫୁଲ୍ଲ ସାମଲ ଓ ପୁଅଙ୍କୁ ଇଡିର ସମନ। ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ସମନ୍ ହୋଇଛି। ସମସ୍ତ ଦସ୍ତାବିଜ୍ ସହ ହାଜର ହେବାକୁ କହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟା ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ଦୁଇ ଦିନ ପୂର୍ବରୁ ଭୁବନେଶ୍ବର ଓ ଭଦ୍ରକର ୧୦ଟି ସ୍ଥାନରେ ରେଡ୍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗତକାଲି ଭୁବନେଶ୍ବରରେ ପ୍ରୟାସକାନ୍ତିଙ୍କ ଘରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଓ କଳା ରଙ୍ଗର ଫର୍ଟୁନର କାର ଜବତ ହୋଇଥିଲା।
ସେପଟେ ଗତକାଲି ଇଡି ଚଢାଉ ପରେ ମୁହଁ ଖୋଲିଥିଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ। ରାଜନୈତିକ ଆକ୍ରୋଶ ଚଢାଉ କରାଯାଇଥିବା ସେ କହିଛନ୍ତି। ସେ କହିଛନ୍ତି, ମୁଁ କୌଣସି ଚୋରି କରିନାହିଁ । ଗତ ୧୫ ବର୍ଷ ହେଲା ଇଞ୍ଜିନିୟରିଂ କଲେଜ ସହ ତାଙ୍କର କୌଣସି ପ୍ରକାର ସଂପର୍କ ନଥିବା କହିଛନ୍ତି ପ୍ରଫୁଲ୍ଲ । ଆକ୍ରୋଶମୂଳକ ଭାବେ ଇଡି ଚଢ଼ାଉ କରାଯାଇଛି। ନିର୍ବାଚନ ପୂର୍ବରୁ ଏଭଳି ଚଢ଼ାଉ କରିବା ପଛର ଅର୍ଥ କ’ଣ ବୋଲି କହିଛନ୍ତି ପ୍ରଫୁଲ୍ଲ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login