The Ultimate Managed Hosting Platform
ADVERTISEMENT

ପ୍ରଫୁଲ୍ଲ ସାମଲଙ୍କୁ ଇଡି ସମନ

Facebook
Twitter
LinkedIn

ଭୁବନେଶ୍ୱର : ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ସମନ କଲା ଇଡି । ବରପଦା ଇଂଜିନିୟରିଂ କଲେଜ ଜମି ମାମଲାରେ ସମନ । ପ୍ରଫୁଲ୍ଲଙ୍କ ସହ ପୁଅ ପ୍ରୟାସକାନ୍ତିଙ୍କ ମଧ୍ୟ ସମନ କଲା ଇଡି । ଡକ୍ୟୁମେଣ୍ଟ ସହ ହାଜର ହେବାକୁ ସମନ କଲା ଇଡି । ବିଧାୟକ ପ୍ରଫୁଲ୍ଲ ସାମଲ ଓ ପୁଅଙ୍କୁ ଇଡିର ସମନ। ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ସମନ୍ ହୋଇଛି। ସମସ୍ତ ଦସ୍ତାବିଜ୍ ସହ ହାଜର ହେବାକୁ କହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟା ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ଦୁଇ ଦିନ ପୂର୍ବରୁ ଭୁବନେଶ୍ବର ଓ ଭଦ୍ରକର ୧୦ଟି ସ୍ଥାନରେ ରେଡ୍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗତକାଲି ଭୁବନେଶ୍ବରରେ ପ୍ରୟାସକାନ୍ତିଙ୍କ ଘରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଓ କଳା ରଙ୍ଗର ଫର୍ଟୁନର କାର ଜବତ ହୋଇଥିଲା।
ସେପଟେ ଗତକାଲି ଇଡି ଚଢାଉ ପରେ ମୁହଁ ଖୋଲିଥିଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ। ରାଜନୈତିକ ଆକ୍ରୋଶ ଚଢାଉ କରାଯାଇଥିବା ସେ କହିଛନ୍ତି। ସେ କହିଛନ୍ତି, ମୁଁ କୌଣସି ଚୋରି କରିନାହିଁ । ଗତ ୧୫ ବର୍ଷ ହେଲା ଇଞ୍ଜିନିୟରିଂ କଲେଜ ସହ ତାଙ୍କର କୌଣସି ପ୍ରକାର ସଂପର୍କ ନଥିବା କହିଛନ୍ତି ପ୍ରଫୁଲ୍ଲ । ଆକ୍ରୋଶମୂଳକ ଭାବେ ଇଡି ଚଢ଼ାଉ କରାଯାଇଛି। ନିର୍ବାଚନ ପୂର୍ବରୁ ଏଭଳି ଚଢ଼ାଉ କରିବା ପଛର ଅର୍ଥ କ’ଣ ବୋଲି କହିଛନ୍ତି ପ୍ରଫୁଲ୍ଲ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login