ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଥିରେ ମହିଳା ଏସପିଜି କମାଣ୍ଡୋ । ଯାହାର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଏସପିଜିରେ ମହିଳା କମାଣ୍ଡୋ ରହିବା ନୂଆ କଥା ନୁହେଁ । କିନ୍ତୁ ମହିଳା କମାଣ୍ଡୋ ଜଣକ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଅନୁମାନ କରାଯାଉଛି, ଏହି ଫଟୋଟି ସଂସଦ ଭିତରର ଚିତ୍ର । ଏସପିଜିର ମହିଳା କମାଣ୍ଡୋଙ୍କୁ ସଂସଦରେ ନିୟୋଜିତ କରାଯାଇଥାଏ ।
ମହିଳା ଅତିଥିଙ୍କ ସୁରକ୍ଷା ପାଇଁ ସଂସଦର ଗେଟରେ ନିୟୋଜିତ ହୋଇଥାନ୍ତି ମହିଳା କମାଣ୍ଡୋ । ପ୍ରଧାନମନ୍ତ୍ରୀଙ୍କ ପାଖକୁ ଆସୁଥିବା ମହିଳା ଅତିଥିଙ୍କ ସହ ଏମାନଙ୍କୁ ଦେଖିବାକୁ ମିଳିଥାଏ । ୨୦୧୫ ପରଠାରୁ ମହିଳା କମଣ୍ଡୋଙ୍କୁ ନିୟୋଜିତ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ସମୟରେ ଆଡଭାନ୍ସ ସିକ୍ୟୁରିଟି ଲାଇଜନ ପାଇଁ ମହିଳା କମାଣ୍ଡୋକୁ ପଠାଯାଇଥାଏ । ବିଦେଶରେ ମଧ୍ୟ ମହିଳା କମାଣ୍ଡୋ ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀଙ୍କୁ ସହଯୋଗ କରିଥାନ୍ତି । ଏସପିଜିରେ ୧୦୦ ପାଖାପାଖି ମହିଳା କମାଣ୍ଡୋ ରହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାରେ ମହିଳା କମାଣ୍ଡୋ

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...