ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ କଡା ଟିପ୍ପଣୀ ଦେଲେ ମନମୋହନ ସିଂ । ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କଠିନ ଶବ୍ଦରେ ନିଜ ଭାବ ବ୍ୟକ୍ତ କରିବା ସହିତ ବିଜେପି ନେତୃତ୍ବ କେନ୍ଦ୍ର ସରକାରଙ୍କ ବିରୋଧରେ ମୁହଁ ଖୋଲିଛନ୍ତି। ପ୍ରଧାନମନ୍ତ୍ରୀ ପଦ ମର୍ୟ୍ୟାଦା ନଷ୍ଟ କରିବାରେ ନରେନ୍ଦ୍ର ମୋଦୀ ହେଉଛନ୍ତି ପ୍ରଥମ ବ୍ୟକ୍ତି। ବିଗତ ଦିନରେ ଏବଂ ବିଶେଷକରି ନିର୍ବାଚନ ପ୍ରଚାର ଅଭିଯାନରେ ଜାତି, ଧର୍ମ ,ସଂପ୍ରଦାୟ ଭିତ୍ତିରେ ସେ ସମାଜକୁ ଯେଭଳି ଭାଗ ଭାଗ କରିବାକୁ ଉଦ୍ୟମ କରିଛନ୍ତି, ତାହା ପୂର୍ବରୁ କେବେ ବି ଦେଖାଯାଇ ନାହିଁ। ଜଣେ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଏଭଳି ଘୃଣ୍ୟ କାର୍ୟ୍ୟ କରି ନିଜର ଗରିମା ନଷ୍ଟ କରିବାରେ ପ୍ରଥମ ପ୍ରଧାନମନ୍ତ୍ରୀ ବୋଲି ପଞ୍ଜାବରେ ଲୋକସଭା ନିର୍ବାଚନ ପୂର୍ବରୁ ଭୋଟରମାନଙ୍କ ଉଦ୍ଦେଶ୍ୟରେ ମନମୋହନ ଏହା କହିଛନ୍ତି।ମନମୋହନ ସିଂ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖି ଏଭଳି କହିଛନ୍ତି। ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଚଳିତ ନିର୍ବାଚନରେ ବିଭିନ୍ନ ଦଳ ପକ୍ଷରୁ ହୋଇଥ୍ଖବା ପ୍ରଚାର ଅଭିଯାନକୁ ସେ ପ୍ରଥମରୁ ଦେଖି ଆସିଛନ୍ତି। ବିଭିନ୍ନ ଦଳ ଭିନ୍ନ ଆଦର୍ଶ ଏବଂ ନୀତିକୁ ନେଇ ପରିଚାଳିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରେ ରାଜନୈତିକ ଦୃଷ୍ଟିକୋଣରୁ ମତଭେଦ ରହିବା ସ୍ବାଭାବିକ କଥା। କିନ୍ତୁ ଜଣେ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ତାଙ୍କ ନିର୍ବାଚନୀ ପ୍ରଚାର ଅଭିଯାନରେ ଜାତି, ସଂପ୍ରଦାୟକୁ ନେଇ ଯେଭଳି ଘୃଣ୍ୟ ମନ୍ତବ୍ୟ ଦେଇଛନ୍ତି ତାହା ଭାରତୀୟ ରାଜନୀତିକ ଇତିହାସରେ ପ୍ରଥମ। ଯେକୌଣସି ସାଧାରଣ ସଭାରେ ହଜାର ହଜାର ଲୋକଙ୍କ ଗହଣରେ ସମାଜରେ ବି॥ଦ୍ବେଷ ସୃଷ୍ଟି କରିବା ଭଳି ଭାଷଣ ଦେବାରେ ମୋଦୀ ପ୍ରଥମ ପ୍ରଧାନମନ୍ତ୍ରୀ।
ପ୍ରଧାନମନ୍ତ୍ରୀ ପଦର ମର୍ଯ୍ୟାଦା ନଷ୍ଟ କରିବାରେ ମୋଦି ପ୍ରଥମ: ମନମୋହନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











