ଭୁବନେଶ୍ୱର : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଭେଟିଲେ ମନମୋହନ ସାମଲ । ପ୍ରଦୀପଙ୍କ ଭୁବନେଶ୍ୱର ସରକାରୀ ବାସଭବନରେ ଭେଟିଲେ । ଉଭୟଙ୍କ ଭେଟ ପରେ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା । କାହିଁକି ଭେଟିଲେ , ତାର ସିଧାସଳକ ଉତ୍ତର ଦେଲେନି ପ୍ରଦୀପ । ବିଜେପିରେ ଯୋଗ ଦେବେ କି ପ୍ରଶ୍ନରେ ଉତ୍ତର , ୧୫ ଦିନରେ ଚିତ୍ର ସ୍ପଷ୍ଟ ହେବ ।
ରାଜ୍ୟରେ ଏଥର ଅରେଞ୍ଜ ଦେଖିବା କହିଲେ ପ୍ରଦୀପ ପାଣିଗ୍ରାହୀ । ଗ୍ରୀନ ବହୁତ ଦେଖିଲେ , ହ୍ୱାଇଟ ବି ଦେଖିଲେ , ଏବେ ଅରେଞ୍ଜ ଦେଖିବା । ଗଣତନ୍ତ୍ରରେ ଲୋକମତ ହିଁ ସବୁଠାରୁ କ୍ଷମତାଶାଳୀ । ଲୋକେ ନିଷ୍ପତ୍ତି ନେଲେ ପ୍ରଶାସନର ଭୟ କି ପଇସା କିଛି କାମ ଦେବନି । ୨୦୧୫ରୁ କେନ୍ଦ୍ର ପାଖରେ ବିଜେଡି ପୂରା ସମର୍ପିତ ହୋଇଯାଇଛି । ଏମାନେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ବାଧ୍ୟ କହିଲେ ପ୍ରଦୀପ ।
Views: 75