କୋଲକାତା: କୋଲକାତା ମେଟ୍ରୋ ସୃଷ୍ଟି କଲା ଇତିହାସ , ପ୍ରଥମ ଥର ଅଣ୍ଡର ୱାଟର ତଳେ ଚାଲିଲା ମେଟ୍ରୋ ଟ୍ରେନ୍। ଭାରତରେ ପ୍ରଥମ ଥର ପାଇଁ ନଦୀ ତଳେ ଚାଲିଲା ମେଟ୍ରୋ ଟ୍ରେନ୍। ବିଭିନ୍ନ ସହରରେ ଭୂମି ଉପରେ ଓ ଭୂମି ତଳେ ମେଟ୍ରୋ ଟ୍ରେନ୍ ଚାଲିବାର ବ୍ୟବସ୍ଥା କରାଯାଇଥିବା ବେଳେ କୋଲକାତାରେ ପ୍ରଥମ କରି ପାଣି ଭିତରେ ମେଟ୍ରୋ ଟ୍ରେନ୍ ଚାଲିଛି। ଭାରତର କୋଲକାତା ମେଟ୍ରୋ ବୁଧବାର ଏହି ଇତିହାସ ସୃଷ୍ଟି କରିଛି। ଦୀର୍ଘ ସମୟର ପ୍ରତୀକ୍ଷା ପରେ ଦେଶରେ ପ୍ରଥମ ମେଟ୍ରୋ ହୁଗଳି ନଦୀ ତଳେ ଚାଲିଛି। ଭାରତରେ ପ୍ରଥମ ଥର ପାଇଁ କୌଣସି ମେଟ୍ରୋ ଟ୍ରେନ୍ ନଦୀ ତଳେ ଯାତ୍ରା ସଫଳତାର ସହ ସମାପ୍ତ କରିଛି।
ଏହା ସଫଳ ହେବା ପରେ ସ୍ବାଭାବିକ ଭାବେ ଏହି ରୁଟ୍ ଦେଇ ଯାତ୍ରା ଆରମ୍ଭ ହେବ ବୋଲି ମେଟ୍ରୋ ପ୍ରକଳ୍ପ ଜେନେରାଲ୍ ମ୍ୟାନେଜର ପି ଉଦୟ କୁମାର ରେଡ୍ଡୀ କହିଛନ୍ତି । ଏପଟେ ମେଟ୍ରୋ ରେଳବାଇର ମୁଖ୍ୟ ପିଆରଓ କୌଶିକ ମିତ୍ର କହିଛନ୍ତି ଯେ, ବହୁତ ବାଧାବିଘ୍ନ ପରେ ଆମକୁ ଏ ସଫଳତା ମିଳିଛି। ଆଜି ଆମେ ସଫଳତାର ସହ ହୁଗଳି ନଦୀ ତଳେ ମେଟ୍ରୋ ରେକ୍ ଆଣିପାରିବ।
ଏହି ମେଟ୍ରୋ ଟ୍ରାଏଲ୍ ହାଓ୍ୱଡା ମେଦାନ ଏବଂ ଏସ୍ପ୍ଲାନେଡ୍ ଷ୍ଟେସନ୍ ମଧ୍ୟରେ ୭ ମାସ ଧରି ଚାଲିବ। ଜଳପତ୍ତନଠାରୁ ୩୨ ମିଟର ତଳେ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ଏହି ଟନେଲ୍ ତିଆରି କରାଯାଇଛି।ଏପଟେ ଟ୍ରେନଟି ଏସପ୍ଲାନେଡ ଷ୍ଟେସନରୁ ହାୱଡା ମଇଦାନ ଷ୍ଟେସନରେ ପହଞ୍ଚିବା ପରେ ପି. ଉଦୟ କୁମାର ରେଡ୍ଡି ମେଟ୍ରୋ ଟ୍ରେନର ପୂଜା କରିଥିଲେ। କୁହାଯାଉଛି ଯେ, ଏଭଳି ଭାବେ ଆଜି ଦୁଇଟି ମେଟ୍ରୋ ଟ୍ରେନ୍ ନଂ ୬୧୨ ଓ ୬୧୩ ହୁଗଳି ନଦୀ ନେଇ ହାୱଡା ମଇଦାନ ଷ୍ଟେସନକୁ ସ୍ଥାନାନ୍ତରିତ ହୋଇଛି। ତେବେ ଆଗାମୀ ୭ମାସ ମଧ୍ୟରେ ହାୱଡା ମଇଦାନ ଷ୍ଟେସନରୁ ଏସପ୍ଲାନେଡ ଷ୍ଟେସନକୁ ଟ୍ରାଏଲ ରନ୍ କରାଯିବ।
ପ୍ରଥମ ଥର ଅଣ୍ଡର ୱାଟର ତଳେ ଚାଲିଲା ମେଟ୍ରୋ ଟ୍ରେନ୍
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











