The Ultimate Managed Hosting Platform
ADVERTISEMENT

ପ୍ରଜ୍ଞାନନ୍ଦା ଜିତିଲେ ରିକଜୋଭିକ ଓପନ ଚେସ ଟୁର୍ଣ୍ଣାମେଣ୍ଟf

Facebook
Twitter
LinkedIn

ଆଇସଲ୍ୟାଣ୍ଡର ରିକଜୋଭିକରେ ଅନୁଷ୍ଠିତ ରିକଜୋଭିକ୍‌ ଓପନ ଚେସ ଟୁର୍ଣ୍ଣାମେଣ୍ଟରେ ଭାରତର ଚର୍ଚ୍ଚିତ ଯୁବ ଗ୍ରାଣ୍ଡମାଷ୍ଟର ଆର ପ୍ରଜ୍ଞାନନ୍ଦା ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛନ୍ତି । ୯ରାଉଣ୍ଡ ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଜ୍ଞାନନ୍ଦା ମୋଟ୍‌ ୭.୫ ପଏଣ୍ଟ ହାସଲ କରିଥିଲେ । ଚୂଡ଼ାନ୍ତ ରାଉଣ୍ଡରେ ସେ ଗ୍ରାଣ୍ଡ ମାଷ୍ଟର ଡି ଗୁକେଶଙ୍କୁ ପରାସ୍ତ କରିଥିଲେ ପ୍ରଜ୍ଞାନନ୍ଦାଙ୍କୁ ହରାଇବା ପ୍ରତିପକ୍ଷ ଖେଳାଳିଙ୍କ ପକ୍ଷରେ ଅସମ୍ଭବ ସାବ୍ୟସ୍ତ ହୋଇଥିଲା । ସେ ମୋଟ୍‌ ୬ଟି ମ୍ୟାଚ୍‌ ଜିତିଥିଲେ ଓ ବାକି ୩ଟି ମ୍ୟାଚ୍‌ ଡ୍ର’ ରଖିଥିଲେ ।

ସେ ପ୍ରଥମ ରାଉଣ୍ଡ୍‌ରେ ଆମେରିକାର ଆଲେକ୍ସ ଚେର୍ଣ୍ଣିଆକଙ୍କୁ ପରାସ୍ତ କରିଥିଲେ । ସେହିପରି ଦ୍ୱିତୀୟ ରାଉଣ୍ଡ୍‌ରେ ଇଟାଲୀର ମାରିନା ବ୍ରୁନେଲୋଙ୍କ ସହ ଡ୍ର’ ରଖିଥିଲେ । ତୃତୀୟ ରାଉଣ୍ଡ୍‌ରେ ଡିଟମର କୋଲବସଙ୍କୁ, ଚତୁର୍ଥ ରାଉଣ୍ଡ୍‌ରେ ପାଇରେ ଲାଉରେଣ୍ଟ- ପାଓଲିଙ୍କୁ ହରାଇଥିଲେ । ହେଡିନ ଷ୍ଟେଗ୍ରିମସନଙ୍କ ସହ ପଞ୍ଚମ ରାଉଣ୍ଡ୍‌ ଡ୍ର’ ରହିଥିଲା । ଷଷ୍ଠ ରାଉଣ୍ଡ୍‌ରେ ଅଭିମନ୍ୟୁ ମିଶ୍ରା(ଆମେରିକା)ଙ୍କୁ ପରାସ୍ତ କରିବା ପରେ ସପ୍ତମ ରାଉଣ୍ଡ୍‌ରେ ମାଡ୍ସ ଆଣ୍ଡରସନଙ୍କ ସହ ଡ୍ର’ ରଖିଥିଲେ । ଅଷ୍ଟମ ରାଉଣ୍ଡ୍‌ରେ ମାଥ୍ୟୁ କର୍ଣ୍ଣେଟିଙ୍କୁ ଓ ନବମ ରାଉଣ୍ଡରେ ଡି ଗୁକେଶଙ୍କୁ ହରାଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login