ନୂଆଦିଲ୍ଲୀ : ପ୍ରଚୁର ତୈଳ ମହଜୁଦ ଅଛି । ଆତଙ୍କିତ ନ ହେବାକୁ ଆଇଓସିଏଲ ପକ୍ଷରୁ ପରାମର୍ଶ । ଦେଶସାରା ଇଣ୍ଡିଆନ ଅଏଲର ପ୍ରଚୁର ଇନ୍ଧନ ମହଜୁଦ ଅଛି । ଯୋଗାଣ ଲାଇନଗୁଡିକ ସୁଗମ ଭାବରେ କାର୍ଯ୍ୟ କରୁଛି । ସମସ୍ତ ଆଉଟଲେଟରେ ଇନ୍ଧନ ଏବଂ ଏଲପିଜି ସହଜରେ ଉପଲବ୍ଧ । ମେ ୯ ଶୁକ୍ରବାର ଅର୍ଥାତ୍ ଆଜି ସକାଳ ୫.୧୨ ମିନିଟରେ ଏକ୍ସରେ ପୋଷ୍ଟ କରି ସୂଚନା ଦେଲା ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ । ଭାରତ- ପାକିସ୍ତାନ ଉତ୍ତେଜନା ମଧ୍ୟରେ ରନ୍ଧନ ଗ୍ୟାସ ଓ ଇନ୍ଧନ କିଣିବାକୁ ଲୋକଙ୍କ ବ୍ୟସ୍ତତା ଦେଖି ସ୍ପଷ୍ଟ କଲା ଆଇଓସିଏଲ । ଦେଶ ସାରା ରନ୍ଧନ ଗ୍ୟାସ ଓ ଇନ୍ଧନ ପ୍ରଚୁର ଭାବେ ମହଜୁଦ ଅଛି । ସମସ୍ତ ଆଉଟଲେଟରେ ଇନ୍ଧନ ଓ ଏଲପିଜି ସହଜରେ ଉପଲବ୍ଧ ହେଉଛି । ଇଣ୍ଡିଆନ ଅଏଲର ଯୋଗାଣ ଲାଇନ ସୁଗମ ଭାବେ କାର୍ୟ୍ୟରେ ନିୟୋଜିତ ଅଛି ବୋଲି ପୋଷ୍ଟ କରି ସ୍ପଷ୍ଟ କରିଛି ଆଇଓସିଏଲ। ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ଭାରତର ସବୁଠାରୁ ନାମିଦାମୀ ଇନ୍ଧନ କମ୍ପାନୀ ମଧ୍ୟରୁ ଗୋଟିଏ । ଲୋକଙ୍କ ଆତଙ୍କିକତାକୁ ଦେଖିବା ପରେ ଏହାର ପ୍ରସ୍ତୁତିକୁ କେବଳ ସେ ଜଣାଇନାହିଁ । ବରଂ ଲୋକମାନେ ସେମାନଙ୍କର ବୁଝାମଣାକୁ ଠିକ୍ ରଖିବା ପାଇଁ ଅନୁରୋଧ କରିଛି ଆଇଓସିଏଲ ।
ପ୍ରଚୁର ତୈଳ ମହଜୁଦ ଅଛି- ଆଇଓସିଏଲ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











