ଭୁବନେଶ୍ୱର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ବୋର୍ଡ ଆନୁଷ୍ଠାନିକ ଭାବରେ ସ୍ପେଶାଲ OJEE ୨୦୨୫ ର ଫଳାଫଳ ଘୋଷଣା କରିଛି। ଯାହା ସମଗ୍ର ଓଡ଼ିଶାରେ ବିଭିନ୍ନ ସ୍ନାତକ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମରେ ପ୍ରବେଶ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରିଛି । ସରକାରୀ ୱେବସାଇଟ୍ – ojee.nic.inରେ ଏହାର ରେଜଲ୍ଟ ଉପଲବ୍ଧ । ଯେଉଁ ଛାତ୍ରଛାତ୍ରୀମାନେ ପୂର୍ବ ପର୍ୟ୍ୟାୟଗୁଡ଼ିକରୁ ବଞ୍ଚିତ ହୋଇଥିଲେ ସେମାନଙ୍କ ପାଇଁ ଙଔଋଋର ସ୍ୱତନ୍ତ୍ର ରାଉଣ୍ଡ ୨୦୨୫ ଜୁଲାଇ ୧୫ ଏବଂ ୧୬ ତାରିଖରେ ଅନୁଷ୍ଠିତ ହୋଇଥିଲା । ପରୀକ୍ଷାରେ ବି.ଟେକ୍, ବି.ଫାର୍ମ, ଏମବିଏ, ଏମସିଏ ଏବଂ ଲ୍ୟାଟେରାଲ୍ ଏଣ୍ଟ୍ରି ପ୍ରୋଗ୍ରାମ ସମେତ ବିଭିନ୍ନ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ଥିଲା ।
Views: 94