ନୂଆଦିଲ୍ଲୀ : ପ୍ରକାଶ ପାଇଲା ଜେଇଇ ମେନ୍ସ ପରୀକ୍ଷା ଫଳ । ଜେଇଇ ମେନ୍ସ ସେସନ-୨ର ପରୀକ୍ଷା ଫଳ ପ୍ରକାଶ ପାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ରେଜଲ୍ଟ ପ୍ରକାଶ ପାଇଛି । ପରୀକ୍ଷାର୍ଥୀ ସେମାନଙ୍କ ପରୀକ୍ଷା ଫଳ ବର୍ତ୍ତମାନ ସିଧାସଳଖ ଏନଟିଏର ୱେବସାଇଟରେ ଦେଖିପାରିବେ। ଏନଟିଏ ତରଫରୁ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୩ଟି ଲିଙ୍କ ଜାରି କରାଯାଇଛି । ଏହାକୁ କ୍ଲିକ୍ କରି ଛାତ୍ରଛାତ୍ରୀ ସହଜରେ ପରୀକ୍ଷା ଫଳ ଦେଖିପାରିବେ । ଜେଇଇ ମେନ ପରୀକ୍ଷା ଏପ୍ରିଲ ୨ରୁ ୮ ମଧ୍ୟରେ ଆୟୋଜିତ ହୋଇଥିଲା । ବିଟେକ ଏବଂ ବିଇ ପେପର ୧ରେ ଜେଇଇ ମେନ୍ ୨୦୨୫ରେ ୩ଟି ବିଷୟ ସାମିଲ ଥିଲା । ଫିଜିକ୍ସ, କେମେଷ୍ଟ୍ରି ଏବଂ ଗଣିତ । ଏହି ପରୀକ୍ଷା ୩୦୦ ମାର୍କର ରହିଥିଲା । ଏନଟିଏ ପକ୍ଷରୁ ୧୧ ଏପ୍ରିଲରେ ଉତ୍ତର ପ୍ରାକଶିତ କରିଥିଲା । ପରୀକ୍ଷା ଦେଇଥିବା ପ୍ରାର୍ଥୀ ୧୩ ଏପ୍ରିଲ ମଧ୍ୟରେ ଆପତ୍ତି କରିବା ପାଇଁ ବିକଳ୍ପ ପ୍ରକାଶ ପାଇଥିଲା ।
ଆପଣ jeemain.nta.nic.in ୱେବସାଇଟ ପରିଦର୍ଶନ କରନ୍ତୁ।
ସେସନ ୧ ସ୍କୋର କାର୍ଡ ଡାଉନଲୋଡ ଲିଙ୍କରେ କ୍ଲିକ କରନ୍ତୁ।
ଆବଶ୍ୟକ ତଥ୍ୟ ଦେଇ ସାଇଟରେ ଲଗ୍-ଇନ କରନ୍ତୁ।
ଏହାପରେ ଆପଣ ନିଜ ରେଜଲ୍ଟ ଦେଖିପାରିବା ସହ ଡାଉନଲୋଡ ମଧ୍ୟ କରିପାରିବେ।
ପ୍ରକାଶ ପାଇଲା ଜେଇଇ ମେନ୍ସ ରେଜଲ୍ଟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











