ଭୁବନେଶ୍ୱର: ପ୍ରକାଶ ପାଇଲା ଓଜେଇଇ-୨୦୨୩ ରେଜଲ୍ଟ । ବିଭାଗୀୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଫଳ ପ୍ରକାଶ କରିଛନ୍ତି । ଏହାପରେ ଛାତ୍ରଛାତ୍ରୀ ୱେବସାଇଟରୁ ନିଜ ରେଜଲ୍ଟ ପାଇପାରିବେ । www.ojee.nic.inରେ ରେଜଲ୍ଟ ଉପଲବ୍ଧ ହେବ । ମୋଟ ୪୮,୮୧୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮,୭୮୩ ରାଙ୍କ ପାଇଛନ୍ତି । ବି ଫାର୍ମରେ ସୌରଭ କୁମାର ପତି ଟପ୍ପର ହୋଇଛନ୍ତି । ଚଳିତ ବର୍ଷ ମେ’ ୮ରୁ ୧୨ ତାରିଖ ପର୍ୟ୍ୟନ୍ତ ଓଜେଇଇ ପରୀକ୍ଷା ହୋଇଥିଲା । ଚଳିତବର୍ଷ ୫୫ ହଜାର ୯୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଏଥିପାଇଁ ରାଜ୍ୟରେ ୪୪ଟି କେନ୍ଦ୍ର ସହ ରାଜ୍ୟ ବାହାରେ ୩ଟି କେନ୍ଦ୍ର କରାଯାଇଥିଲା । ରାଜ୍ୟରେ ଥିବା ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ପଢ଼ିବା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଦେଇଥାନ୍ତି ଛାତ୍ରଛାତ୍ରୀ । ଚଳିତବର୍ଷ ସମ୍ପୂର୍ଣ୍ଣ କମ୍ପ୍ୟୁଟର ବେସଡ ମୋଡରେ ପରୀକ୍ଷା ହୋଇଥିଲା ।
Views: 102











