The Ultimate Managed Hosting Platform
ADVERTISEMENT

ପୋଷ୍ଟ ୱେଡିଙ୍ଗ ସୁଟ୍ ହେଲା କାଳ

Facebook
Twitter
LinkedIn

ବାହାଘରକୁ ସ୍ମରଣୀୟ କରିବାକୁ ପ୍ରି ବ୍ରାଇଡାଲ ଫଟୋ ସୁଟ୍ ହେଉ କି ପୋଷ୍ଟ ବ୍ରାଇଡାଲ ଫଟୋ ସୁଟ୍ ହେଉ ଆଜିକାଲିକା ନବ ଦମ୍ପତ୍ତିଙ୍କ ମଧ୍ୟରେ ଭିନ୍ନ ପ୍ରକାରର ଝୁଙ୍କ ଦେଖାଯାଉଛି । ଏଥିପାଇଁ ସେମାନେ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଛାନ୍ତିନାହିଁ । ଏଥିରେ ସେମାନଙ୍କର ଥାଏ ଅପାର ଖୁସି । ହେଲେ ଏହି ଖୁସି ଯେ କାହାପାଇଁ କାଳ ହୋଇଯିବ କାହାକୁ ଜଣାନଥାଏ । ଏପରି ଏକ ଦୁଃଖଦ ଘଟଣା ଘଟିଛି ଥିରୁଅନନ୍ତପୁରମରେ ।

ସୂଚନା ଅନୁସାରେ, କେରଳର କୋଜିକୋଡେ ନିକଟ କୁଟିଆଡି ଇଲାକାରେ ବିବାହ ପରେ ଫଟୋ ସୁଟ କରୁଥିବାବେଳେ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ପ୍ରାଣ ହରାଇଛନ୍ତି ନବବଧୂ । କଥା ହେଉଛି ଫଟୋସୁଟ ବେଳେ ଉଭୟଙ୍କ ଗୋଡ ଖସିଯାଇଥିଲା । ଫଳରେ ଦୁହେଁ ଗଭୀର ନଦୀରେ ଭାସିଯାଇଥିଲେ । ହେଲେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ନବବଧୂ ରଜିଲଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତାଙ୍କ ସ୍ୱାମୀ ଏବେବି ଗୁରୁତର ଥିବା ଜଣାପଡିଛି । ମାର୍ଚ୍ଚ ୧୪ ତାରିଖରେ ଏହି ଦମ୍ପତ୍ତି ବିବାହ କରିଥିଲେ । ଏବଂ ବିବାହ ପରବର୍ତ୍ତୀ ଫଟୋ ସୁଟ୍ ପାଇଁ ଏକ ନଦୀ ପାଖକୁ ଯାଇଥିଲେ

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login