ନୂଆଦିଲ୍ଲୀ : ମିଜୋରାମରେ ନିର୍ମାଣାଧୀନ ପୋଲ ଭୁଶୁଡି ୧୭ ଶ୍ରମିକ ମୃତ । ରାଜଧାନୀଐଇଜଲ ନିକଟ ସାଇରଙ୍ଗରେ ଭୁଶୁଡିଲା ରେଳ ଓଭରବ୍ରିଜ । ପୋଲ ଭୁଶୁଡ଼ିବା ସମୟରେ ପ୍ରାୟ ୩୫ରୁ ୪୦ ଜଣ ଶ୍ରମିକ ଘଟଣାସ୍ଥଳରେ କାମ କରୁଥିଲେ । ସକାଳ ୧୦ରେ ଘଟଣା ଘଟିଛି । ରେଲୱେ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ତେବେ ମୃତକଙ୍କ ସଂଖ୍ୟା ଆଗକୁ ବଢିପାରେ । ଅନେକ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛି ଏନଡିଆରଏଫ ଟିମ୍ । ଏ ନେଇ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ସୂଚନା ଦେଇଛନ୍ତି । ଖବର ମୁତାବକ, ଯେଉଁ ପିଲାର ଖସିପଡିଛି, ତାର ଉଚ୍ଚତା ୧୦୪ ମିଟର ରହିଥିଲା । ଏହି ବ୍ରିଜର ନିର୍ମାଣ ସାଇରାଗ ପାଖରେ ଥିବା କୁରୁଙ୍ଗ ନଦୀ ଉପରେ ନିର୍ମାଣ ଚାଲିଥିଲା । ଏହାଦ୍ୱାରା ବେହରାବୀ ଏବଂ ସାଇରାଙ୍ଗ ଅଞ୍ଚଳ ସଂଯୋଗ ହୋଇଥାନ୍ତା ।
Views: 108











