The Ultimate Managed Hosting Platform
ADVERTISEMENT

ପୋଲିସକୁ ଖୋଲା ଚାଲେଞ୍ଜ , ମନ୍ଦିରରୁ ସୁନା ଅଳଙ୍କାର ଚୋରି

Facebook
Twitter
LinkedIn

ବୈାଦ୍ଧ : ଭୈରବୀ ମନ୍ଦିରରୁ ସୁନା ଅଳଙ୍କାର ଚୋରି । ମାଆଙ୍କ ସୁନା ଆଖି ଓ ଟିକିଲି ତାଡି ନେଇଥିବା ଅଭିଯୋଗ । ଗାୟତ୍ରୀ ମନ୍ଦିରରୁ ଦାନ ବାକ୍ସ ଲୁଟି ନେଲେ ଦୁର୍ବୁତ୍ତ । ସହର ସ୍ଥିତ ଭୈରବୀ ମନ୍ଦିର ଓ ଗାୟତ୍ରୀ ମନ୍ଦିରରୁ ଚୋରି। ଭୈରବୀ ମାଙ୍କ ସୁନା ଆଖ୍ ସହିତ ସୁନା ଟିକିଲି ନେଇ ଯାଇଛନ୍ତି ଦୁର୍ବୃତ୍ତ। ସେହିପରି ଗାୟତ୍ରୀ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ସୁନା ରୂପା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଗତକାଲି ରାତିରେ ଏପରି ଘଟଣା ଘଟିଛି। ଦୁର୍ବୃତ୍ତ ମାନେ ଚୋରି କରି ଫେରାର ହୋଇଯାଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ଆଦର୍ଶ ଥାନା ପୋଲିସର ତଦନ୍ତ ଜାରି ରହିଛି।
ସୂଚନା ଅନୁଯାୟୀ ଭୈରବୀ ମନ୍ଦିର ପୂଜକ ସକାଳୁ ମନ୍ଦିରକୁ ପୂଜା କରିବାକୁ ଆସିଥିବା ବେଳେ ସେହି ସମୟରେ ବାମ ପାର୍ଶ୍ବ ଗେଟ୍ର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ କମିଟିକୁ ଖବର ଦେବା ସହିତ ପୋଲିସକୁ ମଧ୍ୟ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ଦୁର୍ବୃତ୍ତ ମାନେ ଭୈରବୀ ମାଙ୍କ ସୁନାର ଦୁଇଟି ଆଖ୍ ଏବଂ ସୁନା ଟିକିଲି ଲୁଟ୍ କରିଥିବା ଦେଖିବାକୁ ପାଇଥିଲେ। ଏ ନେଇ ଉଭୟ ମନ୍ଦିର କମିଟି ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ବେଳେ ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖୁଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login