ପୁରୀ : ରାତି ପାହିଲେ ପ୍ରଥମାଷ୍ଟମୀ । ଶ୍ରୀମନ୍ଦିରରେ ବଡ଼ ଠାକୁର ହେବେ ପୋଢୁଆଁ । ମହାପ୍ରଭୁଙ୍କ ମାମୁଁ ଶ୍ରୀ ଶ୍ରୀ ମାଧବାନନ୍ଦଙ୍କ ମନ୍ଦିର ନିକଟରୁ ବଡ଼ ଠାକୁରଙ୍କ ପାଇଁ ପୋଢୁଆଁ ଭାର ଶ୍ରୀ ମନ୍ଦିର ଅଭିମୁଖେ ଆଜି ନିଆଳି ନିକଟସ୍ଥ ମାଧବ ମନ୍ଦିରରୁ ବଡ଼ ପଟୁଆର ଶୋଭାଯାତ୍ରାରେ ଯାଉଛି। ଚଳଚଞ୍ଚଳ ହୋଇ ଉଠିଛି ନିଆଳୀ ନିକଟସ୍ଥ ମାଧବ ମନ୍ଦିର । ଶଙ୍ଖ, ହୁଳହୁଳି, ହରିବୋଲରେ ପ୍ରକମ୍ପିତ ହୋଇ ଉଠୁଛି ପରିବେଶ । ଆଜି ସକାଳୁ ସକାଳୁ ମନ୍ଦିର ନିକଟସ୍ଥ ୨୫ରୁ ଅଧିକ ଗାଁର ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ମହାପ୍ରଭୁ ବଡ଼ ଠାକୁରଙ୍କ ପୋଢୁଆଁ ଭାର ଯିବାବେଳେ ସାମିଲ ହୋଇଥିଲେ । କିଛି ଭକ୍ତ ବିଭିନ୍ନ ବେଶରେ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିବା ଲାଗି ନୃତ୍ୟ ପ୍ରଦର୍ଶନ କରିଛନ୍ତି । ଏପଟେ ଝାଞ୍ଜ ମୃଦଙ୍ଗ ଓ କୀର୍ତ୍ତନରେ କମ୍ପି ଉଠିଥିଲା ପରିବେଶ । ପୋଢୁଆଁ ଅଷ୍ଟମୀ ପାଇଁ ମହାପ୍ରଭୁ ବଡ଼ ଠାକୁରଙ୍କ ସମେତ ତିନି ଦିଅଁଙ୍କ ପାଇଁ ଭାରରେ ବିରି, ମୁଗ, ଅରୁଆ, ଚାଉଳ, ଫଳମୂଳ ସମେତ ନୂତନ ବସ୍ତ୍ର ପଠାଯାଏ । ମନ୍ଦିର ଭିତରେ ମନ୍ଦିରର ମୁଖ୍ୟ ସେବାକାରୀ ତ୍ରିଲୋଚନ ପୁଷ୍ପାଳକ କର୍ତ୍ତା ହୋଇ ବସିବା ପରେ ମନ୍ଦିରର କୂଳ ପୁରଧାଙ୍କ ଦ୍ୱାରା ସମସ୍ତ ଦ୍ରବ୍ୟକୁ ମନ୍ତ୍ର ଶୋଧନ କରିବା ପରେ ନୂତନ ଶିକା ବାହୁଙ୍ଗି ଦ୍ୱାରା ଶ୍ରୀ ମନ୍ଦିର ଅଭିମୁଖେ ଯାତ୍ରା ହୋଇଥାଏ ।
ପୋଢୁଆଁ ହେବେ ମହାପ୍ରଭୁ , ବଡ ଠାକୁରଙ୍କ ପାଇଁ ଗଲା ଭାର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











