ବଣାଇ: ଘର ଭିତରେ ପୋଡି ହୋଇ ଦମ୍ପତି ଗୁରୁତର । ବଣାଇ କଲଜେ ପଛରେ ଭଡା ଘରେ ରହୁଥିଲେ ଦମ୍ପତି । ଘରେ ରୋଷେଇ କରୁଥିବା ବେଳେ ଦେହରେ ନିଆଁ ଲାଗି ଦମ୍ପତି ଗୁରୁତର ହୋଇଛନ୍ତି। ଆଜି ସକାଳେ ଏହି ଅଘଟଣ ଘଟିଛି। ସ୍ବାମୀ ଜଣକ ପାତାଳଚେମ୍ବରରେ ଓଏମସି ଖଣ୍ଡାଧାରରେ କାର୍ଯ୍ୟରତ ଥିଲେ । ଗୋଟିଏ ଭଡ଼ା ଘରେ ପରିବାର ସହିତ ରହୁଥିଲେ। ତେବେ ସକାଳେ ପତ୍ନୀ ଅନିତା ଲାକ୍ରା ରୋଷେଇ କରୁଥିବା ବେଳେ ହଠାତ ଦେହରେ ନିଆଁ ଲଗାଇ ଯାଇଥିବାରୁ ସେ ଚିତ୍କାର କରିଥିଲେ। ତେବେ ସ୍ବାମୀ ଶିବାଜୀ ରାମ ଶୋଇଥିବା ବେଳେ ତାଙ୍କର ଧର୍ମପତ୍ନୀଙ୍କ ଚିତ୍କାର ଶୁଣି ଉଠି ଯାଇ ଦେଖିବା ବେଳକୁ ତାଙ୍କର ପତ୍ନୀଙ୍କ ଦେହରେ ନିଆଁ ଲାଗି ଯାଇଥିବାରୁ ସେ ତାଙ୍କ ଉଦ୍ଧାର କରୁଥିବା ବେଳେ ସ୍ବାମୀଙ୍କ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା। ସେ ମଧ୍ୟ ଗୁରୁତର ହୋଇପଡିଥିଲେ।ତେବେ ପରିବାର ଲୋକେ ନିଆଁକୁ ଦେଖି ଲିଭାଇ ଉଭୟଙ୍କୁ ଉଦ୍ଧାର କରିଥିଲେ। ପରେ ଉଭୟଙ୍କୁ ବଣାଇଁ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ସ୍ତ୍ରୀର ପ୍ରାୟ ୮୦ ପ୍ରତିଶତ ଭାଗ ଦେହ ପଡିଯାଇଛି ଓ ସ୍ୱାମୀ ପ୍ରାୟ ୪୦ ପ୍ରତିଶତ ଭାଗ ପୋଡି ଯାଇଛି । ସେଠାରେ ପ୍ରଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ରାଉରକେଲା ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି ।
ପୋଡି ହୋଇ ଦମ୍ପତି ଗୁରୁତର

Facebook
Twitter
LinkedIn
Facebook
Twitter
LinkedIn
Recent News
ବନ୍ଧୁକ ମୁନରେ ଲୁଟ ; ଘରେ ପଶି ହାଣିଲେ , ଲୁଟିନେଲେ ସୁନା ଗହଣା
ଉଦଳା : ଘରେ ପଶି ହାଣିଲେ , ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଗହଣା । କପ୍ତିପଦା ଥାନା ଝିଙ୍କପଦା ଗାଁ ଜଣଙ୍କ ଗରୁ ଲୁଟ ଅଭିଯୋଗ...
ଭୁବନେଶ୍ୱରରେ ୪୭, ୧୨୬ ବୁଲା କୁକୁର
ଭୁବନେଶ୍ୱର : ବିଏମସି ଅଞ୍ଚଳରେ ଅଛନ୍ତି ୪୭, ୧୨୬ ବୁଲା କୁକୁର । ୨୩, ୦୪୭ ଅଣ୍ଡିରା , ୧୫,୫୫୨ ମାଇ କୁକୁର ସହ ୧୧୨୪ଟି ଛୁଆ...
ନବୀନଙ୍କ ସହ ଆଉ ଲୋକ ନାହାନ୍ତି –ତାରା
ଭୁବନେଶ୍ୱର : ବିଜେପି ଓ ବିଜେଡି ବଡ ବେପାରୀ ଦଳ , ଆମେ ଲୋକଙ୍କ ଦଳ କହିଲେ ତାରା । କଂଗ୍ରେସ ପ୍ରାର୍ଥୀ ଆଦିବାସୀ , ସେଠି...
ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...