The Ultimate Managed Hosting Platform
ADVERTISEMENT

ପୋଖରୀ ଭିତରକୁ ଖସିପଡିଲା ଟ୍ରାକ୍ଟର, ୧୫ ମୃତ

Facebook
Twitter
LinkedIn

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ କାସଜଞ୍ଜ ଜିଲ୍ଲାରେ ଅଘଟଣ । ଦ୍ରୁତଗତିରେ ଆସୁଥିବା ଏକ ଟ୍ରାକ୍ଟର ନିୟନ୍ତ୍ରଣ ହରାଇ ଏକ ପୋଖରୀ ଭିତରକୁ ଖସିପଡିବାରୁ ୧୫ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପାଖାପାଖି ଅନେକ ଶ୍ରଦ୍ଧାଳୁ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଜେଥରାରୁ ଗଙ୍ଗା ସ୍ନାନ କରିବାକୁ କିଛି ଶ୍ରଦ୍ଧାଳୁ ଟ୍ରାକ୍ଟରରେ ଆସୁଥିଲେ । ଟ୍ରାକ୍ଟରଟି ଦ୍ରୁତଗତିରେ ଯାଉଥିବାବେଳ ଏକ ବଙ୍କାଣିରେ ନିୟନ୍ତ୍ରଣ ରକ୍ଷା କରିପାରିନଥିଲା । ଫଳରେ ରାସ୍ତା କଡ ଏକ ପୋଖରୀ ଭିତରେ ଖସିପଡିଥିଲା । ଫଳରେ ଏଭଳି ଅଘଟଣ ଘଟିଥିଲା । ୧୫ଜଣ ମୃତକଙ୍କ ମଧ୍ୟରେ ୭ଜଣ ଶିଶୁ ଓ ୮ଜଣ ମହିଳା ଥିବା ଜଣାପଡିଛି । ରିପୋର୍ଟ ଅନୁସାରେ, ଟ୍ରକ୍ଟରରେ ମୋଟ ୩୫ ଜଣ ଶ୍ରଦ୍ଧାଳୁ ଯାଉଥିଲେ । ସମସ୍ତ ଶ୍ରଦ୍ଧାଳୁ ଏଟା ଜିଲ୍ଲାର କହା ଗାଁର ବାସିନ୍ଦା ବୋଲି ଜଣାପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login