ବାଲେଶ୍ବର : ନଦୀରେ ଗାଧୋଇବା ହେଲା କାଳ । ଗାଧୋଇଲା ବେଳେ ପୋଖରୀରେ ବୁଡ଼ିଗଲେ ୨ ନାବାଳିକା। ଓଡ଼ଙ୍ଗି ପଞ୍ଚାୟତ ୩ନଂ ୱାର୍ଡ ବ୍ରାହ୍ମଣ ଶାସନରେ ଅଘଟଣ । ପୋଖରୀରେ ବୁଡ଼ି ୨ ନାବାଳିକା ମୃତ । ଉଭୟଙ୍କ ବୟସ ୧୦ରୁ ୧୨ ବର୍ଷ ମଧ୍ୟରେ ହେବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ଘୋଷଣା କଲେ ଡାକ୍ତର ।ଦୁଇ ନାବାଳିକା ଙ୍କ ମୃତ୍ୟୁ କୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି ।ଆଜି ସକାଳେ ପୋଖରୀ ରୁ ଗାଧୋଇବାକୁ ଯାଇଥିଲେ ୨ ନାବାଳିକା ।ଗୁରୁତର ଦୁଇ ନାବାଳିକାଙ୍କୁ ପୋଖରୀରୁ ଗାଁ ଲୋକେ ଉଦ୍ଧାର କରି ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରିଥିଲେ । ଡ଼ାକ୍ତର ଦୁହିଁ ଙ୍କୁ ମୃତ ଘୋଷଣା କରିଛନ୍ତି ।
Views: 85