ନୂଆଦିଲ୍ଲୀ : ଜଗଦୀପ ଧନଖଡ଼ ପେନସନ ପାଇଁ କଲେ ଆବେଦନ । ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ରାଜସ୍ଥାନ ବିଧାନସଭାରେ ପେନସନ ପାଇଁ ଆବେଦନ କରିଛନ୍ତି । ୧୯୯୩ ମସିହାରେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢି ଆଜମେର ଜିଲ୍ଲାର କିଷନଗଡ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଧାୟକ ହୋଇଥିବାରୁ ତାଙ୍କର ଏବେ ବିଧାନସଭାରୁ ପେନସନ ପାଇବାର ଅଧିକାର ରହିଛି । ନିୟମ ଅନୁସାରେ ୭୪ ବର୍ଷୀୟ ଧନଖଡ଼ଙ୍କୁ ମାସିକ ପାଖାପାଖି ୪୨ହଜାର ଟଙ୍କା ଅବସରକାଳୀନ ଭତ୍ତା ମିଳିବ ।ରାଜସ୍ଥାନରେ ଜଣେ ନେତା ଉଭୟ ବିଧାୟକ ଓ ସାସଂଦ ହୋଇଥିଲେ ତାଙ୍କୁ ଉଭୟ ପଦବୀ ପାଇଁ ଉପଯୁକ୍ତ ପେନସନ ମିଳିବା ନେଇ ବ୍ୟବସ୍ଥା ରହିଛି । ତେବେ ରାଜସ୍ଥାନ ବିଧାନସଭା ଅଧ୍ୟକ୍ଷ ବାସୁଦେବ ଦେବନାନୀ ଜଗଦୀପ ଧନଖଡ ପେନସନ ପାଇଁ ଆବେଦନ କରିଥିବା କଥା ସ୍ପଷ୍ଟ କରିଥିବାବେଳେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ।
Views: 67











