ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ ପୋଟାସିୟମ୍, ଫସଫରସ୍, କ୍ୟାଲସିୟମ୍, ଥାୟାମିନ୍, ନାୟାସିନ୍ ଏବଂ କ୍ୟାରୋଟିନ୍ ରହିଛି । ଯାହା ଅନେକ ରୋଗରୁ ଉପଶମ ଦେଇଥାଏ ।
ଶୀତ ଦିନେ ହେଉଥିବା ରୋଗରୁ ରକ୍ଷା ପାଇବା ପାଇଁ ଧନିଆ ପତ୍ର ବହୁତ ଲାଭଦାୟକ । ଏହି ଋତୁରେ ସାଧାରଣତଃ ଲୋକମାନେ ଥଣ୍ଡା ଜନିତ ସମସ୍ୟାର ସମ୍ମୁଖୀନ କରିଥାଆନ୍ତି । ତେଣୁ ଥଣ୍ଡା ପାଇଁ ଧନିଆ ପତ୍ର ସର୍ବୋତ୍ତମ । ଏହି ସମସ୍ୟା ଦେଖାଦେଉଥିଲେ ଧନିଆ ପତ୍ର ନିଶ୍ଚୟ ଖାଆନ୍ତୁ । ଯାହା ଆପଣଙ୍କୁ ଥଣ୍ଡା ଜନିତ ସମସ୍ୟାରୁ ଆରାମ ଦେଇଥାଏ । ଏହାକୁ ଆପଣ ବିଭିନ୍ନ ପରିବା, ସାଲାଡ୍ କିମ୍ବା ଚଟଣି ରୂପେ ବ୍ୟବହାର କରିପାରିବେ ।ଶୀତ ଦିନେ ବହୁତ ଭୋକ ଲାଗିଥାଏ ଏବଂ ଟେଷ୍ଟି ଫୁଡ୍ ଖାଇବାକୁ ଇଚ୍ଛା ହୋଇଥାଏ । ଯାହା ଫଳରେ ପେଟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ । ତେଣୁ ଏପରି ସ୍ଥିତିରେ ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ହେଲେ ଧନିଆ ପତ୍ରର ଜୁସ୍ ପିଅନ୍ତୁ । ଯାହା ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ସହ ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ୍ କରିବାରେ ମଧ୍ୟ ସାହାର୍ୟ୍ୟ କରିଥାଏ ।ଯଦି ଆପଣଙ୍କର ପରିସ୍ରା ପୋଡା କିମ୍ବା ପରିସ୍ରା କରିବାରେ କୌଣସି ସମସ୍ୟା ଉପୁଜୁଛି ତେବେ ପ୍ରତିଦିନ ଧନିଆ ପତ୍ର ସେବନ କରିବା ଆବଶ୍ୟକ । ଏହାଦ୍ବାରା ଆପଣଙ୍କ ସମସ୍ୟା ଦୂର ହୋଇଯିବ । ସବୁଜ ଧନିଆ ପତ୍ରରୁ ଭିଟାମିନ୍ ଭରପୂର ମାତ୍ରାରେ ମିଳିଥାଏ ଯାହା ଗଣ୍ଠି ରୋଗ ପାଇଁ ବେଶ୍ ଫଳପ୍ରଦ ହୋଇଥାଏ ।
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...










