ନୂଆଦିଲ୍ଲୀ : ପୃଥିବୀକୁ ମାଡି ଆସୁଛି ସୌର ଝଡ଼ । ଆସନ୍ତାକାଲି କିମ୍ବା ଶନିବାର ପୃଥିବୀ ଉପରେ ପଡିବ ପ୍ରଭାବ। ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାଠାବ କରିଛି ବିରାଟ ଗର୍ତ୍ତ। ଠାବ ହୋଇଥିବା କରୋନାଲ ହୋଲ୍ ର ଆକାର ପୃଥିବୀଠାରୁ ୨୦ ଗୁଣା ଅଧିକ। ଫଳରେ ସୌର ଝଡ଼ ୨.୯ ନିୟୁତ ପ୍ରତି ଘଣ୍ଟା ବେଗରେ ପୃଥିବୀ ଆଡକୁ ମାଡି ଆସୁଛି। ଯାହା ଆସନ୍ତା ଶୁକ୍ରବାର ପୃଥିବୀକୁ ହିଟ୍ କରିବ। ଏହାର ପ୍ରଭାବ କଣ ରହିବ ତାକୁ ଅନୁଧ୍ୟାନ କରିବାକୁ ଗବେଷକ ପ୍ରସ୍ତୁତି ଚଳାଇଛନ୍ତି। ସାଧାରଣତଃ ସୌର ଝଡ ପୃଥିବୀର ଚୁମ୍ବକୀୟ କ୍ଷେତ୍ର, ସାଟେଲାଇଟ୍, ମୋବାଇଲ ସେବା ଓ ଜିପିଏସ୍ ବ୍ୟବସ୍ଥାକୁ ପ୍ରଭାବିତ କରିଥାଏ। ବର୍ତ୍ତମାନ ମିଳିଥିବା ଚିତ୍ରରୁ ସୂର୍ୟ୍ୟର କିଛି ଅଂଶ ଗାଏବ ହୋଇଯାଇଥିବା ଭଳି ଜଣାପଡୁଛି। ଏକ୍ଷ୍ଟ୍ରିମ ଆଲଟ୍ରାଭାୟୋଲେଟ୍ ଓ ସଫ୍ଟ ଏକ୍ସରେ ସୋଲାର ଇମେଜରେ ଏହାର ରଙ୍ଗ କଳା ରହିଛି। ଅର୍ଥାତ ଏହି ସ୍ଥାନରେ ସୂର୍ୟ୍ୟ ଥଣ୍ଡା ପଡିଯାଇଛି ଏବଂ ନିକଟବର୍ତ୍ତୀ ପ୍ଲାଜାମା ତୁଳନାରେ କଳାରଙ୍ଗ ସ୍ଥାନର ଘନତ୍ୱ କମ୍ ରହିଛି। ପୂର୍ବରୁ ମାର୍ଚ୍ଚ ୨୩ ତାରିଖରେ ମଧ୍ୟ କରୋନାଲ ହୋଲ୍ ଠାବ ହୋଇଥିଲା। ଯାହାର ଆକାର ପୃଥିବୀଠାରୁ ୩୦ ଗୁଣା ବଡ଼ ଥିଲା। ତାର ପ୍ରଭାବ ଆରିଜୋନାର ଦକ୍ଷିଣରେ ଦେଖିବାକୁ ମିଳିଥିଲା। ରାତିର ଆକାଶ ବାଇଗଣୀ ଓ ନୀଳ ରଙ୍ଗ ପାଲଟିଯାଇଥିଲା। ଏବେ ପୁଣି ଏକ କରୋନାଲ ହୋଲ୍ ଦେଖିବାକୁ ମିଳିଛି। ଗୋଟିଏ ମାସ ଭିତରେ ଦୁଇଟି କରୋନାଲ ହୋଲ୍ ମହାକାଶ ଗବେଷକଙ୍କ ଉତ୍ସୁକତା ବଢାଇ ଦେଇଛି।
ପୃଥିବୀକୁ ମାଡି ଆସୁଛି ସୌର ଝଡ଼
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











