ଝାରସୁଗୁଡ଼ା : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ପୁରିଛି ବର୍ଷେ । ଗତ ବର୍ଷ ଆଜିର ଦିନରେ ଝାରସୁଗୁଡ଼ାରେ ନବ ଦାସଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଦିନ ଦ୍ୱିପ୍ରହରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ଗାଡିରୁ ଓହ୍ଲାଉଥିଲେ । ଆଉ ବାମ ପଟ ଛାତିରେ ବାଜିଥିଲା ଗୁଳି । ସାରା ଓଡିଶାକୁ ଦୋହଲାଇ ଦେଇଥିଲା ଏହି ଘଟଣା । ଓଡିଶା ଇତିହାସରେ ଏହା ଥିଲା ପ୍ରଥମ ଘଟଣା । ନବ ଦାସଙ୍କ ମୃତ୍ୟୁ ପରେ ବିରୋଧୀଙ୍କ ଗର୍ଜନ ନରମି ଯାଇଥିଲା ଶାସକ ବିଜେଡି । ଏହାରି ଭିତରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଝାରସୁଗୁଡା ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଅଭିଯୁକ୍ତ ଗୋପାଳ ଦାସଙ୍କ ବିରୋଧରେ ପ୍ରାଥମିକ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି । ହେଲେ ନବ ଦାସଙ୍କୁ ଗୋପାଳ କାହିଁକି ହତ୍ୟା କରିଛି ତାହା ଏବେବି ସ୍ପଷ୍ଟ ହୋଇନାହିଁ । ଏପରିକି ନବ ଦାସଙ୍କ ପରିବାର ଲୋକ ମଧ୍ୟ ଷଡଯନ୍ତ୍ର ଦିଗ ନେଇ ବୟାନ ଦେଇଥିବା ବେଳେ କ୍ରାଇମବ୍ରାଞ୍ଚ ମାମଲାରେ ଷଡଯନ୍ତ୍ର ଦିଗକୁ ସାମିଲ କରିନାହିଁ, କି ଏହା ପଛର ସତ ଖୋଜିବାକୁ ଚେଷ୍ଟା କରିନାହିଁ । ବର୍ଷକ ଭିତରେ କ୍ରାଇମବ୍ରାଞ୍ଚ ହାତରେ ସେମିତି କିଛି ପ୍ରମାଣ ବି ଲାଗିନାହିଁ । ତେଣୁ ଓଡିଶା ଆଇନ ଉପରେ ଲୋକଙ୍କ ପ୍ରଶ୍ନ ଉଠୁଛି । ଜଣେ ମନ୍ତ୍ରୀଙ୍କୁ ଦିନ ଦ୍ୱି ପ୍ରହରେ ହତ୍ୟା କରାଗଲା । କିନ୍ତୁ ଦୋଷୀକୁ ଏପର୍ଯ୍ୟନ୍ତ ଦଣ୍ଡ ମିଳିଲା ନାହିଁ ।
ଗୋପାଳ ଦାସ ପୂର୍ବ ଶତ୍ରୁତା ତଥା ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ନବ ଦାସଙ୍କୁ ହତ୍ୟା କରିଥିବା କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ଉଲ୍ଲେଖ କରିଛି । କିନ୍ତୁ ନବ ଦାସଙ୍କ ପତ୍ନୀ ଓ ପୁଅ କ୍ରାଇମବ୍ରାଞ୍ଚକୁ ଦେଇଥିବା ବୟାନ ଏବେ କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛି । ତଦନ୍ତ ବେଳେ ଅଭିଯୁକ୍ତ ଗୋପାଳଙ୍କ ପରିବାରବର୍ଗ ବାଇପୋଲାର ଡିଜଅର୍ଡର ସମ୍ପର୍କରେ କ୍ରାଇମବ୍ରାଞ୍ଚକୁ ସୂଚନା ଦେଇଥିଲେ । ଏହି ଦାବିର ସତ୍ୟତା ଯାଞ୍ଚ କରିବାକୁ ଯାଇ ଡିଏମଇଟି ଓଡ଼ିଶାଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ କରାଯାଇଥିଲା । ପରୀକ୍ଷା ବେଳେ ଗୋପାଳର ମାନସିକ ରୋଗ ନେଇ କୌଣସି ସୂଚନା ପାଇନଥିଲା । ତଦନ୍ତ ବେଳେ ମଧ୍ୟ ଗୋପାଳ ସହଯୋଗ କରିବା ସହ ସବୁ ପ୍ରଶ୍ନର ଉତ୍ତର ବୁଝିବିଚାରି ଦେଉଥିଲା । ଯାହାକି ତାର ମାନସିକ ସ୍ଥିତି ସ୍ଥର ରହିଥିବା ଏବଂ ସେ ସୁସ୍ଥ ମସ୍ତିଷ୍କରେ ଏହି ହତ୍ୟାକାଣ୍ଡ ଘଟାଇଥିବା କ୍ରାଇମବ୍ରାଞ୍ଚ ନିଜ ରିପୋର୍ଟରେ ଉଲ୍ଲେଖ କରିଛି । କିନ୍ତୁ ଏ ପର୍ଯ୍ୟନ୍ତ ଏହି ଘଟଣାର ପ୍ରକୃତ କାରଣ ଜଣାପଡିନାହିଁ । ଆଉ ନବ ଦାସଙ୍କ ମୃତ୍ୟୁ ସବୁ ଦିନ ପାଇଁ ଏକ ରହସ୍ୟ ଘେରରେ ରହିଗଲା ।
ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ କାହିଁକି ମାରିଲା ଗୋପାଳ ? ରହସ୍ୟ ଘେରରେ …
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











