
ସାଲେପୁର : ପୂର୍ବତନ ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ପିକୋଳ ଗାଁରେ । ଏନେଇ ସାଲେପୁର ଥାନାରେ ଅଭିଯୋଗ କରାଯାଇଛି ।
ସୂଚନା ଅନୁଯାୟୀ, ପିକୋଳ ଗାଁର ପୂର୍ବତନ ସରପଞ୍ଚ ରଞ୍ଜିତ ଦାସଙ୍କ ଘର ଉପରକୁ ଦୁଇଟି ବୋମା ଫିଙ୍ଗିଛନ୍ତି ଦୁର୍ବୁତ୍ତ । ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ବୋମାମାଡ଼ କରି ଘଟଣା ସ୍ଥଳରୁ ଫେରାର ମାରିଛନ୍ତି। ଏ ନେଇ ପୂର୍ବତନ ସରପଞ୍ଚ ରଞ୍ଜିତ ଦାସ ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି । ବୋମାମାଡ଼ ଯୋଗୁଁ ପରିବାର ଲୋକେ ଭୟଭୀତ ହୋଇପଡିଛନ୍ତି । ତେବେ ଏହି ବୋମାମାଡ଼ରେ କାହାର ବିଶେଷ କିଛି କ୍ଷତି ହୋଇନଥିବା ସୂଚନା ମିଳିଛି।
Views: 209