
ବରଗଡ଼ : ପରଲୋକରେ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍ । ହୃଦଘାତରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ରିପୁନାଥ ସେଠ୍ଙ୍କ ପରଲୋକ ହୋଇଛି । ଏକ ଘରୋଇ ନସିଂହୋମରେ ତାଙ୍କର ପରଲୋକ ହୋଇଯାଇଛି । ରିପୁନାଥ ସେଠ୍ଙ୍କ ମୃତ୍ୟୁର ଖବର ଶୁଣି ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁଯାୟୀ, ରବିବାର ଦିନ ରିପୁନାଥ ନିଜ ବରପାଲି ସ୍ଥିତ ବାସଭବନରେ ଥିବା ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ଘରୋଇ ନର୍ସିଂ ହୋମକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲ ଘୋଷଣା କରିଛନ୍ତି। ତାଙ୍କ ମୃତ୍ୟୁ ପରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି । ତେବେ ଓଡ଼ିଶାର ଯେତେବେଳେ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳ ଥିଲେ । ସେହି ସମୟରେ ସେ ଗଣଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ। ସେ ଜଣେ ଦକ୍ଷ ନେତା ଓ ସଂଗଠକ ଭାବେ ବେଶ୍ ସପରିଚିତ ଥିଲେ । ଏକଦା ସୁବଳ ସାହୁଙ୍କ ଦେହାନ୍ତ ପରେ କଂଗ୍ରେସ ବରଗଡ଼ ବିଧାନସଭା ଆସନରୁ ରିପୁନାଥଙ୍କୁ ବିଧାୟକ ପ୍ରାର୍ଥୀ କରିଥିଲା ।