The Ultimate Managed Hosting Platform
ADVERTISEMENT

ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ

Facebook
Twitter
LinkedIn

ଯାଜପୁର : ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ । ଭୁବନେଶ୍ୱର ସ୍ଥିତ ବାସଭବନରେ ଆଖିବୁଜିଲେ । ଅନେକ ଦିନ ଧରି ଅସୁସ୍ଥ ରହି ଚିକିତ୍ସିତ ହେଉଥିଲେ । ୨୦୦୪ ରୁ ୨୦୦୯ ଯାଏଁ କୋରେଇର ବିଧାୟିକା ଥିଲେ । ତାଙ୍କ ମୃତ୍ୟୁ ଖବର କୁ ନେଇ ଯାଜପୁର ଜିଲ୍ଲା ତଥା କୋରେଇ ନିର୍ବାଚିତ ମଣ୍ଡଳୀ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ଭାବରେ ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ କୋରାଇ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ହୋଇ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସଞ୍ଜିତା ମହାନ୍ତି ୧୯୫୮ ମସିହାର ସେପ୍ଟେମ୍ବର ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ରାଜେନ୍ଦ୍ର କୁମାର ସିଂହ । ସଞ୍ଚିତା ୨୦୦୯ ମସିହାରେ ଓଡ଼ିଶା ବିଧାନ ସଭା ପାଇଁ ହୋଇଥିବା ସାଧାରଣ ନିର୍ବାଚନରେ ପୁଣିଥରେ କୋରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୬,୧୦୧ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନରେ ଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login