The Ultimate Managed Hosting Platform
ADVERTISEMENT

ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ

Facebook
Twitter
LinkedIn

ଭୁବନେଶ୍ୱର : ପରଲୋକରେ ପୂର୍ବତନ ବିଧାୟକ । କାମାକ୍ଷାନଗରର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକ ୭୪ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ ହେବ ସେ ଅସୁସ୍ଥ ଥିବା କାରଣରୁ ଚିକିତ୍ସା ଜାରି ରହିଥିଲା । ଗତକାଲି ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମଲ୍ଟି ଅର୍ଗାନ ଫେଲର ହେବା କାରଣରୁ ସେ ଦୀର୍ଘଦିନ ଧରି ଚିକିତ୍ସିତ ଅବସ୍ଥାରେ ରହିଥିଲେ । ତେବେ ଆଜି ଭୋରରୁ ସେ ପ୍ରାଣ ହରାଇଛନ୍ତି । ମୋଟ ୩ ଥର କାମାକ୍ଷାନଗରରୁ ସେ ବିଧାୟକ ହୋଇଥିଲେ । ଓଡ଼ିଶାରେ ବିଜେପିର ମୂଳଦୂଆ ପକାଇବାରେ ତାଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ମାତ୍ର ୨୮ ବର୍ଷ ବୟସରେ ସେ ବିଧାୟକ ହୋଇଥିଲେ ।ଶେଷଥର ପାଇଁ ୨୦୧୪ ମସିହାରେ ବିଜେପି ଦଳ ତରଫରୁ ଟିକେଟ ପାଇଥିଲେ ମଧ୍ୟ ସେ ହାରି ଯାଇଥିଲେ। ଆଜି ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login