ବୈାଦ୍ଧ : କମଲପୁରରେ ପୁଲିସ ଗାଡି-ଟ୍ରକ ମୁହାଁମୁହିଁ । ବୋଲେରୋ ଓ ଟ୍ରକ ମୁହାଁମୁହିଁ ଧକ୍କାରେ ୨ ମୃତ । କଟକରୁ ବୋଲେରୋରେ ଫେରୁଥିଲେ ପୁଲିସ ଟିମ୍ । ବାଉଁଶୁଣି ପୁଲିସ ଗାଡିକୁ ଧକ୍କା ଦେଲା ଟ୍ରକ । ଜଣେ ହୋମଗାର୍ଡ ଓ ବୋଲେରୋ ଚାଳକ ମୃତ । ଦୁଇ ଜଣ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଟ୍ରକ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି । କଟକରେ ଏକ ରେସକ୍ୟୁ ଅପରେଶନରେ ଯୋଗଦେବାକୁ ଯାଇଥିଲେ ବାଉଁଶୁଣି ଥାନାର ଏଏସଆଇ ଓ ଦୁଇଜଣ ହୋମଗାର୍ଡ ।
କଟକରୁ ଏକ ପ୍ରାଇଭେଟ ବୋଲେରୋରେ ସେମାନେ ବାଉଁଶୁଣି ଫେରୁଥିବାବେଳେ କମଳପୁର ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା । ତେବେ ଗୁରୁତର ଏଏସଆଇ ଓ ବାଉଁଶୁଣି ଥାନାର ଅନ୍ୟଜଣେ ହୋମାଗାର୍ଡଙ୍କୁ ବୈଦ୍ଧ ମେଡିକାଲରେ ଭର୍ତିି କରାଯାଇଛି । ଦୁଇ ଗୁରୁତର ନାଗାର୍ଜୁନ ପ୍ରଧାନ ଏବଂ ସୁଶାନ୍ତ ସାହୁ ବୋଲି ଜଣାପଡିଛି । ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଥିବାବେଳେ ୨ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଟ୍ରକର ଆଗପଟ ଚୂରମାର ହୋଇଯାଇଥିବାେଳେ ବୋଲେରୋ ବି ଚୂରମାର ହୋଇଯାଇଛି ।
ପୁଲିସ ଗାଡି-ଟ୍ରକ ମୁହାଁମୁହିଁ, ୨ ମୃତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











