ପୁରୀ : ପୁରୀ ଶ୍ରୀମନ୍ଦିର ସୁରକ୍ଷାରେ ସ୍ୱତନ୍ତ୍ର ବାହିନୀ ମୁତୟନ । ଶ୍ରୀମନ୍ଦିରକୁ ଜଗି ରହିଛନ୍ତି ୧୫୦ରୁ ଅଧିକ ପୋଲିସ କର୍ମଚାରୀ । ସାରା ରାତି ପୋଲିସ ପକ୍ଷରୁ ଚେକିଂ ଓ ବ୍ଲକିଂ । ପୁରୀ ସହରର ବିଭିନ୍ନ ହୋଟେଲରେ ପୋଲିସର ଯାଞ୍ଚ । ହୋଟେଲରେ ରହୁଥିବା ଲୋକଙ୍କ ପରିଚୟ ପତ୍ର ଯାଞ୍ଚ କରୁଛି ପୋଲିସ । ଆତଙ୍କୀ ଆକ୍ରମଣକୁ ପ୍ରତିହତ କରିବା ଲାଗି ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ପୁରୀରେ ଥିବା ବିଭିନ୍ନ ହୋଟେଲ ଗୁଡିକୁ ଚେକିଂ କରାଯାଇଛି । ସେହିପରି ଶ୍ରୀ ମନ୍ଦିର ସୁରକ୍ଷା ସହ ଭକ୍ତଙ୍କ ସୁରକ୍ଷା ଲାଗି ମୁତୟନ ଅଛନ୍ତି ସ୍ୱତନ୍ତ୍ର ସୁରକ୍ଷା ବାହିନୀ ।
Views: 38