ପୁରୀ : ପୁଣି ମୁକୁଳା ଡ୍ରେନ ନେଲା ଜୀବନ । ପୁରୀ କୁମ୍ଭାରପଡା ଅଞ୍ଚଳରେ ଘଟିଛି ଘଟଣା । ଡ୍ରେନ ଘୋଡା ଯାଇ ନ ଥିବାରୁ ଡ୍ରେନରେ ପଡି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ପ୍ରଦୀପ୍ତ ଚୋୖଧୁରୀ । ସୂଚନା ଅନୁସାରେ ମୁକୁଳା ଡ୍ରେନରେ ପଡି ପୁରୀ କୁମ୍ଭାରପଡା ଥାନା ଅଧୀନ ଗଜପତି ନଗରରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଅଞ୍ଚଳଦେଇ ଯାଇଥିବା ମୁକୁଳା ଡ୍ରେନରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ସକାଳୁ ଲୋକେ ଦେଖିବାକୁ ପାଇଥିଲେ । ଡ୍ରେନ ପାଣିରେ ମୃତ ଦେହଟି ଭାସୁଥିଲା । ତେବେ କେମିତି ବ୍ୟକ୍ତିଙ୍କ ମୃତ୍ୟୁ ହେଲା ତାହା ଜଣାପଡି ନାହିଁ । ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।
Views: 42