The Ultimate Managed Hosting Platform
ADVERTISEMENT

ପୁରୀରେ ପାଳନ ହେବ ନୈାସେନା ଦିବସ , ଆସିବ ୨୫ ଜାହାଜ ଓ ୪୦ରୁ ଉଦ୍ଧ୍ୱର୍ ଯୁଦ୍ଧ ବିମାନ

Facebook
Twitter
LinkedIn

ପୁରୀ : ପୁରୀରେ ପାଳନ ହେବ ନୌ ସେନା ଦିବସ। ପ୍ରଥମଥର ପାଇଁ ଓଡ଼ିଶାରେ ପ୍ରତିରକ୍ଷା ବିଭାଗର ଏଭଳି ଏକ ମେଗା କାର୍ୟ୍ୟକ୍ରମ ହେବାକୁ ଯାଉଛି। ଆସନ୍ତା ଡିସେମ୍ବର ୪ରେ ପୁରୀ ସମୁଦ୍ର କୂଳରେ ଭାରତୀୟ ନୌସେନା ପାଳନ କରିବ ନୌସେନା ଦିବସ। ଏହାକୁ ଶୃଙ୍ଖଳିତ ଏବଂ ଆକର୍ଷଣୀୟ କରାଯିବା ଚାଲିଛି ଜୋର୍ଦାର ପ୍ରସ୍ତୁତି।
ବୁଧବାର ପୁରୀ ବେଳାଭୂମିରେ ପହଞ୍ଚିଛି ୪ଟି ଯୁଦ୍ଧ ଟ୍ୟାଙ୍କ। ଏହି ବିଏମ୍ପି ଟ୍ୟାଙ୍କର ଗୁଡ଼ିକରେ ସେନା ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ଆଗକୁ ଆହୁରି ଅନେକ ଜାହାଜ, ଯୁଦ୍ଧ ବିମାନ, ହେଲିକପ୍ଟର ସହିତ ଅନେକ ଯୁଦ୍ଧ ସାମଗ୍ରୀ ଆସିବ।
ହାତରେ ଆଉ ମାତ୍ର ସପ୍ତାହେରୁ କମ୍ ସମୟ ରହିଛି। ପୁରୀ ମାଟିରେ ପରାକ୍ରମ ଦେଖାଇବ ନୌ ସନା, ଯାହାର ସାକ୍ଷୀ ରହିବ ଶ୍ରୀକ୍ଷେତ୍ର। ଏଥିପାଇଁ ପୁରୀ ବେଳାଭୂମିରେ ପହଞ୍ଚିଲେଣି ଯୁଦ୍ଧ ଟ୍ୟାଙ୍କ। ଆଉ ଗଭୀର ସମୁଦ୍ରରେ ଲଙ୍ଗର ପକାଇଲେଣି ଗୋଟିଏ ପରେ ଗୋଟିଏ ଯୁଦ୍ଧ ଜାହାଜ। ଆକାଶରେ ଚକ୍କର କାଟୁଛନ୍ତି ହେଲିକପ୍ଟର। ଏହାର ଭିତରେ ବୁଧବାରଠାରୁ ବେଳାଭୂମିରେ ନୌ ବୀରଙ୍କ ରିହର୍ସାଲ ମଧ୍ୟ ଆରମ୍ଭ ହୋଇଛି। ଏହି ସ୍ୱତନ୍ତ୍ର କାର୍ୟ୍ୟକ୍ରମକୁ ସଫଳ କରିବା ପାଇଁ ନୌସେନା, ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ବ୍ଲୁ ଫ୍ଲାଗ ବିଚ୍ ସମ୍ମୁଖରେ ନୌସେନା ଦିବସ ପାଳନ ହେବାକୁ ଥିବା ବେଳେ ଏଠାରେ ରାଷ୍ଟ୍ରପତିଙ୍କ ପାଇଁ ସ୍ୱତନ୍ତ୍ର ମଞ୍ଚ ସହ ଭିଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ବ୍ଲୁ ଫ୍ଲାଗ ବିଚ୍କୁ ସୁନ୍ଦର ଭାବେ ସଜ୍ଜାଯାଉଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login