ପୁରୀ : ପୁରୀରେ ପ୍ରତିଷ୍ଠା ହେବାକୁ ଯାଉଛି ଓଡ଼ିଶା କୁସ୍ତି ଏକାଡେମି। ଏନେଇ କ୍ରୀଡ଼ା ବିଭାଗର ବୈଠକରେ ଆଲୋଚନା ସରିଛି। ୨୦୨୧ ମସିହାର ଏହି ପରିକଳ୍ପନା ବାସ୍ତବ ରୂପ ନେବା ନେଇ ପୁଣି ଆଶା ଜାଗିଛି। ମଙ୍ଗଳବାରର ‘ବିଶ୍ବ ଆଥଲେଟିକ୍ସ ଦିବସ’ ପୂର୍ବରୁ ଏଭଳି ଖବର ରାଜ୍ୟ କୁସ୍ତି ଜଗତରେ ଖୁସିର ଲହରି ଖେଳାଇ ଦେଇଛି। କିଶୋର ଜେନା, ଜୟନ୍ତୀ ବେହେରା ଓ ତପନ ମହାନ୍ତିଙ୍କ ଭଳି କ୍ରୀଡ଼ାବିତ୍ ପୁରୀକୁ କ୍ରୀଡ଼ା ଜଗତରେ ଉଚ୍ଚ ସୋପାନକୁ ନେଇଛନ୍ତି।
Views: 81











