The Ultimate Managed Hosting Platform
ADVERTISEMENT

ପୁଣି ସିନେ ପରଦାକୁ ଫେରିବେ କରିଶ୍ମା କପୁର

Facebook
Twitter
LinkedIn

ବଲିଉଡ୍‌ରେ ଷ୍ଟାଇଲ ଆଇକନ୍ ଭାବେ ଜଣାଶୁଣା ଥିବା କରିଶ୍ମା କପୁର ପୁଣି ଫେରୁଛନ୍ତି ବଡ ପରଦାକୁ । ସେ ‘ମର୍ଡର ମୁବାରକ’ ନାମକ ଚଳଚିତ୍ରରେ ପୁଣି ସୁଟିଂ ଆରମ୍ଭ କରିଥିବା ଷୋଷଣା କରିଛନ୍ତି । ତେବେ ବହୁ ବର୍ଷ ପରେ କରିଶ୍ମାଙ୍କ ସିନେ ଦୁନିଆକୁ ପୁଣି ପ୍ରତ୍ୟାବର୍ତ୍ତନ ପାଇଁ ତାଙ୍କୁ ମଲାଇକା ଅରୋଡା, ମହିପ କପୁର, ତମନ୍ନା ଭାଟିଆ ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ଏହି ଚଳଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ସିନେ ପ୍ରେମୀଙ୍କ ମନରୁ ଲିଭି ନଥିବା ‘କକଟେଲ୍‌’ ଚଳଚିତ୍ରର ନିର୍ଦ୍ଦେଶକ ହୋମି ଅଦ୍‌ଜାନିୟା ।

ତେବେ ‘ମର୍ଡର ମୁବାରକ’ ସଂପର୍କରେ ଅନ୍ୟ କୌଣସି ସୂଚନା ପ୍ରଘଟ କରାଯାଇ ନାହିଁ । ସେପଟେ କରିଶ୍ମାଙ୍କ କଥା କହିଲେ ପ୍ରାୟ ଏକ ଦଶନ୍ଧି ଧରି ସେ କୌଣସି ଚଳଚିତ୍ରରେ ପ୍ରମୁଖ ଭୁମିକାରେ ନଥିବା ବେଳେ ୨୦୨୦ ମସିହାରେ ‘ମେଣ୍ଟାଲ୍‌ହୁଡ୍‌’ ନାମକ ଏକ ୱେବ୍ ଧାରାବାହିକରେ ଶେଷଥର ପାଇଁ ତାଙ୍କ ଅଭିନୟ ଦେଖିଥିଲେ ଦର୍ଶକ । ଅନ୍ୟପକ୍ଷେ ମଧ୍ୟ କରିଶ୍ମା ତାଙ୍କର ଆଗାମୀ ୱେବ୍ ଧାରାବାହିକ ‘ବ୍ରାଉନ୍‌’ ପାଇଁ ମଧ୍ୟ ଖୁବ୍ ଉତ୍ସାହିତ ଥିବା ଜଣାପଡୁଛି । ଉକ୍ତ ଧାରାବାହିକରେ କରିଶ୍ମା ରିଟା ବ୍ରାଉନ୍ ନାମକ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା କହିଛନ୍ତି । ଏହି ଚରିତ୍ରଟି ତାଙ୍କ ପାଇଁ ଯେତିକି କଷ୍ଟସାଧ୍ୟ ଥିଲା ସେତିକି ମଧ୍ୟ ସନ୍ତୋଷ ଜନକ ଥିଲା ବୋଲି କହିଛନ୍ତି କରିଶ୍ମା ।

ଏହି ଧାରାବାହିକଟି ବିଷାଦ, ନିଶା, ଦୁର୍ନୀତି, ଓ ପ୍ରତାରଣା ଆଦି ପ୍ରସଙ୍ଗକୁ ନେଇ ହୋଇଛି ପ୍ରସ୍ତୁତ । ତେବେ ଭାରତର ଏକ ମାତ୍ର ଧାରାବାହିକ ଭାବେ ବର୍ଲିନ୍ ଅନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବରେ (ବର୍ଲିନେଲ୍ ସିରିଡ ମାର୍କେଟ୍ ସିଲେକ୍ଟ୍‌୍‌ସ୍‌) ବିଭାଗରେ ‘ବ୍ରାଉନ୍‌’ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଛି । ଯାହା ମାଧ୍ୟମରେ କରିଶ୍ମା ଅନ୍ତର୍ଜାତୀୟ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିବେ ବୋଲି କରାଯାଇଛି ଆଶା ।
ବ୍ୟୁରୋ ରିପୋର୍ଟ ଶପଥ ନ୍ୟୁଜ୍‌

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login