ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଝଟକା ଅନୁଭୂତ । ତିନି ଦିନରେ ଦ୍ୱିତୀୟ ଥର ଭୂକମ୍ପ ଝଟକା ଲାଗିଛି । ନେପାଳରେ ଭୂକମ୍ପ ଝଟକା ଲାଗିଛି । ଯାହାର ତୀବ୍ରତା ୫.୬ ରହିଛି । ଅପରାହ୍ନ ୪.୧୬ ମିନିଟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ସୂଚନା ଦେଇଛି । ଶୁକ୍ରବାର ରାତିରେ ୧୧ଟାରେ ୬.୪ ତୀବ୍ରତାର ଭୂକମ୍ପ ଆସିଥିଲା । ଯାହାର ଝଟକା ଦିଲ୍ଲୀରେ ଲାଗିଥିଲା । ଶୁକ୍ରବାର ରାତିରେ ନେପାଳରେ ୬.୪ ତୀବ୍ରତା ଭୂମିକମ୍ପ ଆସିବା ପରେ ୧୫୭ ଲୋକଙ୍କର ମୃତ୍ୟୁ ହୋଇଥିଲା । ଆଜି ଯାଏଁ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଭୁଶୁଡି ପଡିଥିବା ବିଲିଡିଂ ତଳେ ଲୋକ ଦବିଥିବା ସୂଚନା ମିଳିଛି ।
Views: 86