The Ultimate Managed Hosting Platform
ADVERTISEMENT

ପୁଣି ବୋରୱେଲକୁ ଖସିଲା ଶିଶୁ

Facebook
Twitter
LinkedIn

ବେଙ୍ଗାଲୁର: ବୋରୱେଲକୁ ଖସିପଡିଛି ୨ ବର୍ଷର ଶିଶୁୁ । କର୍ଣ୍ଣାଟକ ତାଲୁକ ଜିଲ୍ଲାର ଲଚୟାନ ଗାଁରେ ଏକ ବୋରୱେଲକୁ ଖସି ପଡିଛି ୨ ବର୍ଷର ଶିଶୁ। ପିଲାଟି ବୋରୱେଲର ୧୬ ଫୁଟ ଭିତରେ ଫସି ରହିଥିବା ଜଣାପଡିଛି। ଶିଶୁକୁ ଉଦ୍ଧାର ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା। କର୍ଣ୍ଣାଟକ ପୋଲିସ ସହ ଅନ୍ୟ ଟିମ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛନ୍ତି। ବୋରୱେଲ ନିକଟରେ ଏକ ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳାଯାଉଛି। ଶିଶୁକୁ ଉଦ୍ଧାର ଲାଗି ଜୋରଦାର ଉଦ୍ୟମ ଚାଲିଛି। ଘର ପାଖରେ ଏହି ବୋରୱେଲ ଥିବା ବେଳେ କୌଣସି କାରଣବଶତଃ ଶିଶୁଟି ଖସିପଡିଥିଲା। ବୋରୱେଲରୁ ଶିଶୁର କାନ୍ଦ ଶୁଭିବା ପରେ ଲୋକେ ଏ ବିଷୟରେ ଜାଣିଥିଲେ। ସକାଳ ସାଢେ ୬ଟାରୁ ଆରମ୍ଭ ହୋଇଛି ରେସକ୍ୟୁ ଅପରେସନ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login