The Ultimate Managed Hosting Platform
ADVERTISEMENT

ପୁଣି ବିବାଦରେ କମେଡି କିଙ୍ଗ କପିଲ

Facebook
Twitter
LinkedIn

ପୁଣି ଥରେ ବିବାଦରେ କମେଡି କିଙ୍ଗ । କମେଡି କିଙ୍ଗଙ୍କ ଉପରେ ଲାଗିଛି ସାଂଘାତିକ ଆରୋପ । ବଡ଼ ଷ୍ଟାରକାଷ୍ଟ ନ ଥିବାରୁ ନିଜ ଶୋ’ରେ ଫିଲ୍ମମେକର ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ପ୍ରମୋଶନ ପାଇଁ ମନା କରିଦେଲେ କପିଲ। ଜଣେ ୟୁଜରଙ୍କ ପ୍ରଶ୍ନର ଉତ୍ତରରେ ଏପରି ଖୁଲାସା କରିଛନ୍ତି ବିବେକ ।

ବିବେକଙ୍କ ଫିଲ୍ମ ‘ଦ  କାଶ୍ମୀର ଫାଇଲ୍ସ’ ଖୁବ୍‌ ଶୀଘ୍ର ରିଲିଜ ହେବ । ଅନ୍ୟ ନିର୍ଦ୍ଦେଶକଙ୍କ ପରି ବିବେକ ମଧ୍ୟ ନିଜ ଫିଲ୍ମର ପ୍ରମୋଶନ କପିଲଙ୍କ ଶୋ’ରେ କରିବାକୁ ଚାହୁଁଥିଲେ। ହେଲେ ଏଥିନିମନ୍ତେ ସଫା ସଫା ମନା କରିଦେଲେ କପିଲ। କାରଣ କୌଣସି ବଡ଼ ଷ୍ଟାର ନ ଥିବାରୁ କପିଲ ତାଙ୍କ ଫିଲ୍ମ ପ୍ରତି ଆଗ୍ରହ ପ୍ରକାଶ କରୁ ନ ଥିବା କହିଛନ୍ତି  ବିବେକ।

ବିବେକ ନିଜ ଫିଲ୍ମର ପ୍ରମୋଶନ ପାଇଁ କପିଲଙ୍କ ଶୋ’କୁ ଯିବା ଉଚିତ ବୋଲି ଜଣେ ୟୁଜର ଟ୍ୱିଟରରେ କହିଥିଲେ। ଏହାର  ଉତ୍ତର ଦେବାକୁ ଯାଇ ବିବେକ କହିଛନ୍ତି, କପିଲ ନିଜ ଶୋ’ରେ କାହାକୁ ଆମନ୍ତ୍ରଣ କରିବେ ତାହା ତାଙ୍କ ଉପରେ ଓ ତାଙ୍କ ଟିମ୍‌ ଉପରେ ନିର୍ଭର କରେ। ମୁଁ ମଧ୍ୟ ତାଙ୍କର ବହୁତ ବଡ଼ ଫ୍ୟାନ୍‌ । ହେଲେ ଭଲ ନିର୍ଦ୍ଦେଶକ, କଳାକାର, ଲେଖକଙ୍କର ବଲିଉଡରେ କିଛି ମୂଲ୍ୟ ନାହିଁ।

ଆମ ଫିଲ୍ମରେ ବଡ଼ କମର୍ସିଆଲ ଷ୍ଟାର ନ ଥିବାରୁ କପିଲ ତାଙ୍କ ଶୋ’ରେ ଆମକୁ ନିମନ୍ତ୍ରଣ କରିବାକୁ ସଫା ସଫା ମନା କରିଦେଇଥିବା କହିଛନ୍ତି ବିବେକ । ବିବେକଙ୍କ ଏପରି ଟ୍ୱିଟ ପରେ ୟୁଜର୍ସ କପିଲଙ୍କୁ ପ୍ରବଳ ଟ୍ରୋଲ କରୁଛନ୍ତି। ହେଲେ ଏ ସମ୍ପର୍କରେ କପିଲଙ୍କ ରିଆକ୍ସନ ଜଣାପଡ଼ିନି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login