The Ultimate Managed Hosting Platform
ADVERTISEMENT

ପୁଣି ବିଦେଶୀ ନାଗରିକଙ୍କ ପାଇଁ ଆମେରିକାରେ କଟକଣା , ୧୨ ଦେଶର ଲୋକଙ୍କୁ ନୋଏଣ୍ଟ୍ରି

Facebook
Twitter
LinkedIn

ନୂଆଦିଲ୍ଲୀ : ପୁଣି ବିଦେଶୀ ନାଗରିକଙ୍କ ପାଇଁ ଆମେରିକାରେ କଟକଣା । ୧୨ଟି ଦେଶର ନାଗରିକଙ୍କୁ ଆମେରିକାରେ ପ୍ରବେଶ ମନା ।ଏ ନେଇ ନୂଆ ଘୋଷଣାପତ୍ର ଜାରି କଲା ଟ୍ରମ୍ପ ପ୍ରଶାସନ । ଆମେରିକା ରାଷ୍ଟ୍ରପତି ଭାବରେ ତାଙ୍କର ପ୍ରଥମ କାର୍ୟ୍ୟକାଳ ସମୟରେ ମଧ୍ୟ ଟ୍ରମ୍ପ ଅନେକ ଦେଶର ଲୋକଙ୍କ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଥିଲେ। କିନ୍ତୁ ପରେ ଏହାକୁ ଉଠାଇ ଦିଆଯାଇଥିଲା । ଏବେ ପୁଣି ଥରେ ଟ୍ରମ୍ପ ଅନେକ ଦେଶର ଲୋକଙ୍କ ଉପରେ ଆମେରିକା ପ୍ରବେଶ ଉପରେ ସମ୍ପୂର୍ଣ୍ଣ ନିଷେଧ ଲଗାଇଛନ୍ତି । ଆମେରିକାର ସୁରକ୍ଷାକୁ ଉଦ୍ଧୃତ କରି ଟ୍ରମ୍ପ ଅନ୍ୟ ସାତଟି ଦେଶ ବିରୁଦ୍ଧରେ କଠୋର କାର୍ୟ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଛନ୍ତି । ବୁଧବାର ଅର୍ଥାତ୍ ଗତକାଲି ରାତିରେ ଟ୍ରମ୍ପ ଏକ ଦର୍ଜନ ଦେଶର ଲୋକଙ୍କୁ ଆମେରିକାରେ ପ୍ରବେଶ କରିବାକୁ ନିଷେଧ କରିଛନ୍ତି । ଏହି ଦେଶଗୁଡ଼ିକ ମଧ୍ୟରେ ଆଫଗାନିସ୍ତାନ, ବର୍ମା, ଚାଡ୍, କଙ୍ଗୋ ଗଣରାଜ୍ୟ, ଇକ୍ୱାଟୋରିଆଲ୍ ଗିନି, ଏରିଟ୍ରିଆ, ହାଇତି, ଇରାନ, ଲିବିଆ, ସୋମାଲିଆ, ସୁଡାନ ଏବଂ ୟେମେନ ସାମିଲ୍। ଏହା ସହିତ, ବୁରୁଣ୍ଡି, କ୍ୟୁବା, ଲାଓସ୍, ସିଏରା ଲିଓନ୍, ଟୋଗୋ, ତୁର୍କମେନିସ୍ତାନ ଏବଂ ଭେନେଜୁଏଲାରୁ ଆସୁଥିବା ଲୋକଙ୍କ ଉପରେ କଠୋର ପ୍ରତିବନ୍ଧକ ନିଷ୍ପତ୍ତି ନିଆଯାଇଛି । ସୋମବାର ଦିନ ୧୨ଟାରୁ ଏହି ଯାତ୍ରା ପ୍ରତିବନ୍ଧକ ଲାଗୁ ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login