ନୂଆଦଲ୍ଲୀ : ଆସୁଛି ନୂଆ ନୋଟ୍ । ମହାତ୍ମା ଗନ୍ଧୀଙ୍କ ଫଟୋ ସହ ନୂଆ ନୋଟ୍ ଆସିବ ଯେଉଁଥିରେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ଦସ୍ତଖତ ରହିବ । ତେବେ ୧୦ ଟଙ୍କିଆ, ୧୦୦ ଟଙ୍କିଆ, ୨୦୦ ଟଙ୍କିଆ ଏବଂ ୫୦୦ ଟଙ୍କିଆର ନୋଟର ନବକଳେବର ହେବାକୁ ଯାଉଛି । କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ଜାରି ବିବୃତ୍ତି ଅନୁସାରେ, ଏହି ନୋଟର ବଡ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ) ଅନୁସାରେ, ମହାତ୍ମା ଗାନ୍ଧୀଙ୍କ ନୂଆ ଫଟୋ ଏବଂ ଆରବିଆଇ ଗଭର୍ଣ୍ଣରଙ୍କ ଦସ୍ତଖତ ସହ ନୂଆ ୧୦ ଟଙ୍କିଆ ଏବଂ ୫୦୦ଟଙ୍କିଆ ନୋଟ୍ ଜାରି କରାଯିବ । ଆରବିଆଇ ସ୍ପଷ୍ଟ ଭାବେ କହିଛି, ନୂଆ ନୋଟ୍ ଜାରି ହେବା ପରେ ବି ପୁରୁଣା ନୋଟ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ବଜାର ଏବଂ ବ୍ୟାଙ୍କରେ ଯେଉଁଭଳି ଭାବେ ୧୦ ଟଙ୍କିଆ, ୧୦୦ ଟଙ୍କିଆ, ୨୦୦ ଟଙ୍କିଆ ଓ ୫୦୦ ଟଙ୍କିଆ ନୋଟ୍ ବ୍ୟବହାର ହେଉଥିଲା ସେହିପରି ଭାବେ ପ୍ରଚଳିତ ହେବ । ଏହାର ଅର୍ଥ ୨ ପ୍ରକାର ନୋଟ୍- ନୂଆ ଓ ପୁରୁଣା ନୋଟ୍ ବିନା ଦ୍ୱନ୍ଦ୍ୱରେ ବଜାରରେ ପ୍ରଚଳିତ ହେବ । ଏଥିରେ କୌଣସି ସମସ୍ୟା ହେବ ନାହିଁ ।
ପୁଣି ବଦଳିବ ନୋଟର ଚେହେରା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











