ଭୁବନେଶ୍ୱର : ବଙ୍ଗୋପ ସାଗରରେ ଆସୁଛି ଆଉ ଏକ ବାତ୍ୟା । ନଭେମ୍ବର ମାସ ଶେଷ ଆଡ଼କୁ ସୃଷ୍ଟି ହେବାକୁ ଯାଉଛି ବାତ୍ୟା । ଆସନ୍ତା ସପ୍ତାହରେ ବାତ୍ୟା ସୃଷ୍ଟି ସମ୍ଭାବନା ରହିଛି । ଏହା ତାମିଲନାଡୁ କିମ୍ବା ଆନ୍ଧ୍ରକୁ ହିଟ୍ କରିପାରେ। ଭାରତୀୟ ପାଣିପାଗ ସଂସ୍ଥା IMD ବାତ୍ୟା ପୂର୍ବାନୁମାନ କରି ନଥିଲେ ମଧ୍ୟ, ୨୨ରେ ଲଘୁଚାପ ଓ ୨୪ରେ ଅବପାତ ହେବା ପୂର୍ବାନୁମାନ କରିଛି । ଆମେରିକୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସଙ୍କ ପୂର୍ବାନୁମାନ, ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ ।
ଆସନ୍ତା ସପ୍ତାହ ଶେଷରେ ଏହା ଘୂର୍ଣ୍ଣିଝଡ଼ରେ ପରିଣତ ହେବ । ଏହି ଝଡ଼ ଆନ୍ଧ୍ର ମୁହାଁ ହୋଇପାରେ ବୋଲି ସେ ଆକଳନ କରିଛନ୍ତି। ଭାରତରେ ମଧ୍ୟ ଅନେକ ପାଣିପାଗ ବିଶେଷଜ୍ଞ ବାତ୍ୟା ଆକଳନ କରିଛନ୍ତି। ଯଦି ବାତ୍ୟା ଆସେ ତେବେ ତାର ନାଁ ରହିବ, ସେନ୍ୟାର। ଭାରତ ମହାସାଗରରେ ବାତ୍ୟାର ନାମକରଣ ପ୍ରକ୍ରିୟାରେ ଏଥର ୟୁଏଇ ତରଫରୁ ଏହି ନାଁ ରହିବ ।
Views: 52











