The Ultimate Managed Hosting Platform
ADVERTISEMENT

ପୁଣି ଜବ ଫ୍ରଡ ; ୬୨ ଲକ୍ଷ ଜବତ, ଏରିଆ ମ୍ୟାନେଜର ପାଇଁ ୨୦ ହଜାର ଓ ଝାଡୁଦାର ପାଇଁ ୧୨ ହଜାର ନେଉଥିଲେ

Facebook
Twitter
LinkedIn

ସମ୍ବଲପୁର : ସରକାରୀ ସଂସ୍ଥାରେ ଝାଡୁଦାର ଚାକିରି ପ୍ରଲୋଭନ । ୨ ଜଣ ଗିରଫ ହୋଇଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ କଲା ବୁର୍ଲା ପୋଲିସ । ସେମାନଙ୍କ ନିକଟରୁ ୬୨ ଲକ୍ଷ ଟଙ୍କା ଜବତ । ପ୍ରାୟ ୨ କୋଟି କଲେକ୍ସନ, କ୍ୟାସରେ ନେଉଥିଲେ ଓ ଦେଉଥିଲେ । ପ୍ରାୟତଃ ସମ୍ବଲପୁର, ବରଗଡ, ବୈାଦ୍ଧ ଓ ସୋନପୁର ଜିଲ୍ଲାରୁ ଠକେଇ ହୋଇଛି । ଝାଡୁଦାର ଚାକିରି ଦେବା ନାଁରେ ୧୨ ହଜାର ଲେଖାଏଁ ଆଦାୟ କରୁଥିଲେ । ପ୍ରାୟ ୧୮ ଶହ ଲୋକଙ୍କୁ ଠକେଇ କରିିବା ଅଭିଯୋଗ ।
ଅନ୍ୟପଟେ ଟଙ୍କା ଫେରି ପାଇବାକୁ ଏସପି ଅଫିସରେ ଶତାଧିକ ଲୋକ ପହଁଚିଛନ୍ତି । ଠକାମୀର ଶିକାର ହୋଇଥିବା ମହିଳା ପୁରୁଷ ଏକାଠି ହେଲେ । ରାହୁଲ ଓ ପଦ୍ମା ଟଙ୍କା ଆଦାୟ କରୁଥିବା ସମସ୍ତେ ଅଭିଯୋଗ କଲେ । ଚିପିଲିମା ମାରାଙ୍ଗୋଲାରେ ଉଭୟେ ୪ ହଜାର ଲୋକଙ୍କୁ ନେଇ ସଭା କରିଥିଲେ । ପ୍ରଧାନମନ୍ତ୍ରୀ , ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଭାଷଣ ଦେଇ ବିଶ୍ୱାସ ଜନ୍ମାଇଥିଲେ । ଏରିଆ ମ୍ୟାନେଜର ପାଇଁ ୨୦ ହଜାର, ଝାଡୁଦାର ପାଇଁ ୧୨ ହଜାର ନେଉଥିଲେ । ସେମାନେ ଟଙ୍କା ନେବା ବେଳର ଭିଡିଓ ମଧ୍ୟ ଦେଖାଇଲେ ଲୋକେ । ପୋଲିସ ୬୨ ଲକ୍ଷ ଜବତ କରିବା ପରେ ଟଙ୍କା ପାଇଁ ପହଁଚିଲେ ଲୋକେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login