ଗଜପତି : ପୁଣି ଜନନୀ ଯନ୍ତ୍ରଣା । ଖଟିଆରେ ବୁହା ହେଲେ ଗର୍ଭବତୀ । ଗାଁକୁ ନାହିଁ ସବୁଦିନିଆ ପକ୍କା ରାସ୍ତା । ସମସ୍ୟା ଭୋଗୁଛନ୍ତି ଲୋକେ । ସ୍ୱାଧୀନତାର ୭୫ । ବର୍ଷ ପରେ ବି ଯାଇ ପାରୁନି ଆମ୍ବୁଲାନ୍ସ । ଏ ଦୃଶ୍ୟ ହେଉଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅଧିନ କରଡା ସିଂ ପଂଚାୟତ କଳମାସିଙ୍ଗି ଗ୍ରାମର । ରାସ୍ତା ସମସ୍ୟା ଯୋଗୁଁ ଗାଁକୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ । ଫଳରେ ଖଟିଆରେ ରୋଗୀଙ୍କୁ ବୋହି ଡାକ୍ତରଖାନା ନିଆଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଦେଖନ୍ତୁ କିଭଳି ଭାବରେ ବର୍ଷା ସମୟରେ ଖଟିଆରେ ରୋଗୀଙ୍କୁ ବୋହି ନେଉଛନ୍ତି ପରିବାର ଲୋକେ । ବର୍ଷା ହେଉଥିବା ସମୟରେ ଗର୍ଭବତୀ ଧରିଛନ୍ତି ଛତା । ତେବେ ଏହି ସମୟରେ ଯଦି କୈାଣସି ଅସୁବିଧା ହୁଏ ତେବେ ଏଥିପ୍ରତି ଦାୟୀ ରହିବେ କିଏ ? ଗତ ବୁଧବାର ଦିନ ଘଟିଛି ଏଭଳି ଘଟଣା ।
ସୂଚନା ଅନୁଯାୟୀ , କଳମାସିଙ୍ଗି ଗ୍ରାମର ମିଟୁ ଶବରଙ୍କ ସ୍ତ୍ରୀ ମେରି ଶବର ଗର୍ଭବତୀ ଥିବା ବେଳେ କୈାଣସି କାରଣ ବଶତଃ ସେ ହଠାତ ପଡି ଯାଇଥିଲେ । ଫଳରେ ଗର୍ଭ ଯନ୍ତ୍ରଣା ହୋଇଥିଲା । ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ପହଁଚି ପାରି ନ ଥିଲା । ତେଣୁ ଚାଷ ଜମି ଦେଇ ପ୍ରାୟ ଦେଢ କିମି ଦୂର ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ବୋହିକି ନେଇଥିଲେ ପରିବାର ଲୋକେ । ବାଟରେ ପଡୁଥିବା କିତୁଙ୍ଗସିଂ ନାଳଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି । ନାଳକୁ ପାର ହୋଇ ଯିବା ପାଇଁ ଲୋକେ ଭୟ କରୁଛନ୍ତି କାରଣ ଏହି ନାଳରେ ଥରେ ପଡିଗଲେ ଅବସ୍ଥା ଖରାପ ହୋଇଯିବ । ତେବେ ନାଳ ପାର ହୋଇ ଯିବା ପରେ ଅଟୋ ଯୋଗେ ଗର୍ଭବତୀଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ତେବେ ନାଳ ଉପରେ ଏକ ପୋଲ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଅନେକ ଦିନରୁ ଦାବି କରିଆସୁଥିଲେ ମଧ୍ୟ ଦାବ ପୂରଣ ହୋଇ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏ ସମ୍ପର୍କରେ ସ୍ଥାନୀୟ ସରପଂଚ ଉମାଶଙ୍କର ଭୂମରଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ନାଳ ଉପରେ ପୋଲ ନିର୍ମଣ ପାଇଁ ପ୍ରସ୍ତାବ ଦିଆଯାଇଛି ।
ପୁଣି ଜନନୀ ଯନ୍ତ୍ରଣା , ଖଟିଆରେ ବୁହା ହେଲେ ଗର୍ଭବତୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











