ରାୟଗଡା : ପଦାରେ ପଡିଲା ରାଜ୍ୟ ସରକାରଙ୍କ ମା’କୁ ସମ୍ମାନର ନାରା। ଦୁର୍ଗମ ଅଞ୍ଚଳରେ ପୁଣି ଜନନୀ ଯନ୍ତ୍ରଣାର। ପକ୍କା ରାସ୍ତା ନଥିବା ରୁ ଗାଁ ରେପହଁଚି ପାରିଲାନି ଆମ୍ବୁଲାନ୍ସ,। ଅନ୍ଧବିଶ୍ୱାସ ଯୋଗୁଁ ପୁରୁଷ ଲୋକ ନ ଛୁଇଁଲେ ନାହିଁ। ମହିଳା ମାନଙ୍କ ଦ୍ୱାରା ଦୀର୍ଘ ୫ କିଲୋମିଟର ବୋହି ବୋହି ଆଣିଲେ ପ୍ରସୂତୀ ମହିଳାଙ୍କୁ।
ସୂଚନା ଅନୁଯାୟୀ କାଶୀପୁର ବ୍ଲକ ଗଡ଼ିବାଲି ପଂଚାୟତ ଗଡ୍ରମୂହି ଗ୍ରାମର ସବିତା ମାଝୀଙ୍କ ଗର୍ଭ ଯନ୍ତ୍ରଣା ପରେ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲ। ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଁଚି ପାରି ନଥିଲା ଗାଁ କୁ।ଖଟିଆରେ ବୁହା ହୋଇ ୫କିମି ବାଟ ଆସିବା ପରେ କୁସ ଘାଟି ନିକଟରୁ ଆମ୍ବୁଲାନ୍ସରେ ଆସି କଲ୍ୟାଣ ସିହଁପୁର ବ୍ଳକ ଶିଖରପାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ପୁତ୍ର ସନ୍ତାନ ହୋଇଥିବା ଜଣାପଡିଛି। ବର୍ତ୍ତମାନ ମା ଓ ଶିଶୁ ଅବସ୍ଥା ସ୍ଥିର ରହିଛ।
Views: 113











